କଟକ, ଜାନୁଆରୀ 13 (ଖବର ଓଡିଶା) :
ଆସନ୍ତାକାଲି ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତିରେ ଲୋକେ ମକର ଚାଉଳ ଖାଇବା ସହ ଗୁଡି ଉଡାଇଥାନ୍ତି । ଗୁଡିରେ ଲାଗୁଥିବା ଚାଇନିଜ ମାଞ୍ଜା ଉପରେ ଲାଗିଲା କଟକଣା । ମାଞ୍ଜା ସୂତା ପାଇଁ ଅନେକ ଦୁର୍ଘଟଣା ଘଟୁଥିବାରୁ ଏହାର ବିକ୍ରି ଉପରେ କଟକଣା ଲଗାଇଛି କଟକ ମହାନଗର ନିଗମ ।
ମାଞ୍ଜା ଓ କାଚ ଲଗା ସୂତା ବ୍ୟାନ କରାଯାଇଛି । ବିଭିନ୍ନ ଦୋକାନରେ ଏହି ସବୁ ବିକ୍ରି ଯାଞ୍ଚ ପାଇଁ ୩ଟି ଟିମ ଗଠନ କରାଯାଇଛି । ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି । ପ୍ରତିବର୍ଷ ଏହି ଚାଇନିଜ ମାଞ୍ଜା ଓ କାଚ ଲଗା ସୂତା ଲଗା ଗୁଡିରେ ଅନେକ ଅଘଟଣ ଘଟୁଥିବାରୁ ଏହାକୁ ବ୍ୟାନ କରାଯାଇଛି ।