ୱାଶିଂଟନ୍: ବିନା ଗୁଳିବର୍ଷାରେ ତାଇୱାନ୍କୁ ଚୀନ ଅକ୍ତିଆର କରିନେବ। ଆମେରିକାର ଥିଙ୍କ୍ ଟ୍ୟାକ୍ ଏଭଳି ବୟାନ ଦେଇଛି। ଡ୍ରାଗନର ଏଭଳି ନୂଆ ଯୋଜନା ସଂପର୍କରେ ଥିଙ୍କ ଟ୍ୟାଙ୍କ ଏହି ଅନୁମାନ କରୁଛି। ଥିଙ୍କ ଟ୍ୟାଙ୍କର କହିବା ଅନୁସାରେ ଚୀନର ସେନା ତାଇୱାନର ଚିନ୍ତା ବଢ଼ାଇପାରେ। ତାଇୱାନର ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପକାଇପାରେ। ଏପରିକି ତାଇୱାନ ବିନା ଗୁଳିର ଶିକାର ହୋଇ ବେଜିଂର କମ୍ୟୁନିଷ୍ଟ ପାର୍ଟି ସାମ୍ନାରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।
ଗତ କିଛି ବର୍ଷ ହେଲା ଚୀନ ନେତା ଶୀ ଜିନପିଙ୍ଗଙ୍କ ତାଇୱାନ ପ୍ରତି ବଦ୍ଧିର୍ତ ଆକ୍ରମଣ କାରଣରୁ ଭୟ ବଢ଼ିଛି। କମ୍ୟୁନିଷ୍ଟ ପାର୍ଟି ବଳପୂର୍ବକ ତାଇୱାନରେ ପ୍ରବେଶ କରିପାରେ। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣର ନିନ୍ଦା କରିବାରେ ଚୀନ ମନାକରିବା ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି।
ବିଶ୍ଲେଷକ ଓ ସେନା ରଣନୀତିକାରଙ୍କ କହିବା ଅନୁସାରେ ଚୀନ ପାଇଁ ୨ଟି ପ୍ରମୁଖ ବିକଳ୍ନ ରହିଛି। ପ୍ରଥମତଃ ପୂର୍ଣ୍ଣମାତ୍ରାରେ ଆକ୍ରମଣ କରିବା ଓ ଦ୍ବିତୀୟତଃ ସେନା ନାକାବନ୍ଦୀ କରିବା। ଚୀନ ତଟରକ୍ଷୀ ବାହିନୀ ସମୁଦ୍ରୀ ମିଲିଶିଆ ଓ ସମୁଦ୍ର ସୁରକ୍ଷା ସଂସ୍ଥା ତାଇୱାନରେ ନାକାବନ୍ଦୀ କରିପାରେ। ସେହିପରି ତାଇୱାନର ପାଖାପାଖି ୨୩ ମିଲିୟନ ଲୋକଙ୍କୁ ଶକ୍ତି ଯୋଗାଣ ସ୍ଥଗିତ କରିଦିଆଯାଇପାରେ। ଚୀନ ୨୦୨୦ ସେପ୍ଟେମ୍ବର ମାସ ଠାରୁ ତାଇୱାନ ଅଞ୍ଚଳ ନିକଟରେ ପରିଚାଳିତ ସେନାବିମାନ ଓ ନୌସେନା ଜାହାଜ ସଂଖ୍ୟା ବଢ଼ାଇଛି।