ନୂଆଦିଲ୍ଲୀ, ଜୁଲାଇ ୦୪ (ଖବର ଓଡ଼ିଶା):
କରୋନା ଭାଇରସ ଚୀନରୁ ହିଁ ସୃଷ୍ଟି ବୋଲି ସବୁ ସମୟରେ ଆମେରିକା ଚୀନକୁ ବିରୋଧ କରି ଆସିଛି । ଏମିତିକି ଆମରେିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମଧ୍ୟ ଖୋଲାଖୋଲି ବିଶ୍ୱ ଆଗରେ କରୋନା ଚୀନ ଲ୍ୟାବରୁ ହିଁ ବିଶ୍ୱରେ ବିସ୍ତାର ହୋଇଛି ବୋଲି ଅଭିଯୋଗ କରି ଆସିଛି ।
ତେବେ ବର୍ତମାନ ଆମେରିକାର ଜଣାଶୁଣା ଇକୋନୋମିଷ୍ଟ ଏବଂ ଡୋନାଲ୍ଡ ଟ୍ରମ୍ଫଙ୍କ ପ୍ରମୁଖ ପରାମର୍ଶ ଦାତା ପିଟର ନବାରୋ ଚୀନ ଉପରେ ଆଉ ଗୋଟିଏ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଗୋଟିଏ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଚୀନ ଜାଣିଶୁଣି ବିଶ୍ୱରେ କରୋନା ବିସ୍ତାର କରିଛି ଏଥିରେ କୌଣସି ଦ୍ୱିମତ ନାହିଁ । ଏବଂ ଚୀନରେ ଥିବା କରୋନା ସଂକ୍ରମିତଙ୍କୁ ଚୀନ ଜାଣିଶୁଣି ବିଦେଶ ପଠାଇଥିଲା ଯାହା ଫଳରେ ଅନ୍ୟ ଦେଶ ଗୁଡିକରେ ଅତି ସହଜରେ କରୋନା ବିସ୍ତାର ହୋଇପାରିବ ।
ଆହୁରି ମଧ୍ୟ ପିଟର କହିଛନ୍ତି ଯେ ଭାଇରସର ମ୍ୟୁଟେସନକୁ ଦେଖି ଯାହା ଜଣାପଡୁଥିଲା ଏହାର ପ୍ରଭାବ ଅତ୍ୟାଧିକ ଗରମରେ କମିଯିବ କିନ୍ତୁ ତାହା ହେଲା ନାହିଁ । ଏବଂ ବର୍ତମାନ କରୋନା ଗୋଟିଏ ବିଶ୍ୱ ବିପକ୍ଷରେ ଗୋଟିଏ ନିର୍ଦ୍ଦିଷ୍ଟ ଅସ୍ତ୍ର ବୋଲି ମନେ ହେଉଛି ଯାହାକୁ ଚୀନ ପ୍ରେରଣ କରିଛି ।
କରୋନା ଆରମ୍ଭରୁ ଚୀନ ନିଜ ଦେଶରେ ଯାତ୍ରା ପାଇଁ ପ୍ରତିବନ୍ଧକ ଲଘାଇ ସାରିଥିଲା ଏବଂ ଅନ୍ୟ ଦେଶର ଲୋକମାନଙ୍କ ଚୀନକୁ ମଧ୍ୟ ବାରଣ କରାଯାଇଥିଲା କିନ୍ତୁ ଠିକ୍ ଏହି ସମୟରେ ଚୀନ ଲକ୍ଷ ଲକ୍ଷ ଚୀନ ନାଗରିକଙ୍କୁ ବିମାନ ଯୋଗେ ବିଦେଶ ପଠାଉଥିଲା । ତେବେ ଏହାର କାରଣ କଣ ହୋଇପାରେ?
ବର୍ତମାନ ଚୀନର ଏଭଳି କାର୍ଯ୍ୟ କଳାପର ପର୍ଦ୍ଦାଫାଶ୍ କରିଛନ୍ତି ବରିଷ୍ଠ ଆମେରିକି ଅଧିକାରୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପ୍ରମୁଖ ପରାମର୍ଶ ଦାତା ପିଟର ନବାରୋ ।