ନୂଆଦିଲ୍ଲୀ: ଛତିଶଗଡ଼ ସମାଜ କଲ୍ୟାଣ ବିଭାଗ ମଧ୍ୟରେ ହୋଇଥିବା ୧୦୦୦ କୋଟି ଟଙ୍କାର ଏନଜିଓ ଦୁର୍ନୀତି ସହ ଜଡିତ ଦଲିଲ ଜବତ କରିବା ଆରମ୍ଭ କରିଛି ସିବିଆଇ। ସୋମବାର ସକାଳେ ଭୋପାଳରୁ ରାୟପୁର ଆସିଥିବା ଏକ ଚାରି ଜଣିଆ ସିବିଆଇ ଦଳ ବିଭାଗର ମାନା ନିର୍ଦ୍ଦେଶାଳୟର ଅଧିକାରୀଙ୍କଠାରୁ ସୂଚନା ସଂଗ୍ରହ କରି ୧୫୦୦ ବ୍ୟାଗ୍ ଡକ୍ୟୁମେଣ୍ଟ ଜବତ କରିଛି।
ତଦନ୍ତକାରୀ ସଂସ୍ଥା ଦୁଇ ପୂର୍ବତନ ମୁଖ୍ୟ ସଚିବ ବିବେକ ଧାଣ୍ଡ ଏବଂ ସୁନୀଲ କୁଜୁରଙ୍କ ସହିତ ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ଏମକେ ରାଉତ, ବିଏଲ ଅଗ୍ରୱାଲ, ଡକ୍ଟର ଆଲୋକ ଶୁକ୍ଲା, ଏନଜିଓ ଉପ ନିର୍ଦ୍ଦେଶକ ରାଜେଶ ତିୱାରୀ, ସତୀଶ ପାଣ୍ଡେ, ଅଶୋକ ତିୱାରୀ, ହରମନ ଖାଲଖୋ, ଏମଏଲ ପାଣ୍ଡେ ଏବଂ ଏସଆରସି ଏନଜିଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ବର୍ମାଙ୍କ ସମ୍ପୃକ୍ତିର ପ୍ରମାଣ ପାଇଛି।
ଏହି ବ୍ୟକ୍ତିବିଶେଷଙ୍କ ନାମ ମଧ୍ୟ ଏଫଆଇଆରରେ ଦିଆଯାଇଛି। ଅଭିଯୋଗ ହେଉଛି ଯେ ଅଧିକାରୀମାନେ ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ପ୍ରତିଷ୍ଠିତ ଷ୍ଟେଟ୍ ରିସୋର୍ସ ଇନଷ୍ଟିଚ୍ୟୁଟ୍ ଭଳି ଏନଜିଓ ସୃଷ୍ଟି କରି ସରକାରୀ ପାଣ୍ଠିର ଅପବ୍ୟବହାର କରିଛନ୍ତି। ଛତିଶଗଡ଼ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏହି ଦୁର୍ନୀତିର ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ଆଜି ତାମିଲନାଡୁରେ ତଦନ୍ତ କରିବ ମଧ୍ୟପ୍ରଦେଶ ଏସ୍ଆଇଟି