ପୁଣି ଓଡ଼ିଶାରେ ପୁଞ୍ଜି ନିବେଶ କରିବ ଦକ୍ଷିଣ କୋରିଆ!
Khabar Odisha:Business-Odisha-A-46-member-delegation-from-Republic-of-Korea-led-by-Ambassador-Shin-Bongkilon-met-Odisha-Chief-Minister-Naveen-Patnaik-to-explore-and-discuss-various-investment-opportunities-in-the-State
ଭୁବନେଶ୍ୱର, ସେପ୍ଟେମ୍ବର ୨୩(ଖବର ଓଡ଼ିଶା) :

ଓଡ଼ିଶାରେ ପୁଣି ପୁଞ୍ଜି ନିବେଶ କରିବାକୁ ମନ ବଳାଇଛି ଦକ୍ଷିଣ କୋରିଆ । ଆଜି ଏନେଇ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । 

ଆଜି ଓଡ଼ିଶା ଆସି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲଙ୍କ ସହ ୪୬ଜଣିଆ ବ୍ୟବସାୟିକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପୋସ୍କୋ ଓଡ଼ିଶାରୁ ମୁହଁ ଫେରାଇବା ପରେ ପୁଣି ନିବେଶ ଆଶା ରହିଛି । ପୋସ୍କୋ ନେଇ ତିକ୍ତ ଅନୁଭୂତି ଓ ଏଥିରୁ ଶିକ୍ଷା ପାଇଛନ୍ତି ବୋଲି ରାଷ୍ଟ୍ରଦୂତ କହିଛନ୍ତି । ପୋସ୍କୋ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷରେ ଓହରିଯାଇଥିଲା । ପୋସ୍କୋ ଘଟଣାରୁ ଉଭୟ ପକ୍ଷ ଶିକ୍ଷାଲାଭ କରିଥିବା ଆଶା କରାଯାଇଛି । ପୋସ୍କୋ ଶିକ୍ଷା ପରେ ଏବେ ନୂଆ କରି ଆରମ୍ଭ କରି ଆଗେଇବା ବୋଲି ରାଷ୍ଟ୍ରଦୂତ କହିଛନ୍ତି । ଏହି ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଶିଳ୍ପ ସଚିବ ମଧ୍ୟ ଉପସ୍ଥିତ ଥିଲେ ।

ଓଡ଼ିଶାରେ ଦକ୍ଷିଣ କୋରିଆର ପୁଞ୍ଜି ନିବେଶ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି । ବୈଦ୍ୟୁତିକ, ପେଟ୍ରୋଲିଅମ, ବୟନ ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ରରେ ସୁଯୋଗ, ଧାତବ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ମଧ୍ୟ ପୁଞ୍ଜିନିବେଶ ସୁଯୋଗ ଅଛି । ଏଥିରେ ଭିତ୍ତିଭୂମି, ଶିଳ୍ପ ପରିବେଶ ଓ ମାନବ ସମ୍ବଳ କ୍ଷେତ୍ରରେ ମଧ୍ୟ ସହଯୋଗ ପାଇଁ ପ୍ରତିଶ୍ରୁତି ସହ ବାଣିଜ୍ୟ ଓ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି  ।

  • Tags:

Subscribe

National International State Sports Entertainment