ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରବେଶ ଓ ପ୍ରସ୍ଥାନକୁ ସିଲ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ
Khabar Odisha:Borders-of-Ganjam-district-have-been-sealed
ବ୍ରହ୍ମପୁର, ଅଗଷ୍ଟ ୦୧ (ଖବର ଓଡ଼ିଶା):

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ପୁଣି ଥରେ କରୋନା କଟକଣା ଜାରି କରିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ ରହିବା ସହ ବ୍ରହ୍ମପୁରରେ ବି ସବୁ ପ୍ରବେଶ / ପ୍ରସ୍ଥାନ ପଥ ଉପରେ କଟକଣା ଲାଗିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ସକାଳ 5ଟାରୁ ଅପରାହ୍ନ 4ଟା ଯାଏଁ ଖୋଲା ରହିବ ଦୋକାନ ବଜାର। 5 ସୂତ୍ରୀ କାର୍ଯ୍ୟକ୍ରମ ଅନୁସାରେ ନିୟମ ମାନି ଦୋକାନ ଖୋଲିବା ଅନୁମତି ।

ଦୋକାନୀମାନେ ସାମାଜିକ ଦୂରତ୍ବ ମାନିବେ, ମାସ୍କ ପିନ୍ଧିବେ। ଦୋକାନୀକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ୍‌ ଦୋକାନୀ ରଖିବେ। ଦୋକାନ ଆଗରେ ସର୍କଲ ଏବଂ ବ୍ୟାରିକେଡ୍‌ କରିବେ ଦୋକାନୀ । ରାଜ୍ୟ ସରକାରଙ୍କ ନିୟମାନୁସାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ। ମୁହଁରେ ମାସ୍କ ଠିକ୍‌ରେ ନ ପିନ୍ଧିଲେ ଜରିମାନା ଆଦାୟ ହେବ । ଗଞ୍ଜାମରେ ଏବେ ଡୋଟ୍‌ ଟୁ ଡୋର୍‌ କଣ୍ଟାକ୍ଟି ଟ୍ରେସିଂ ଜାରି ରହିଛି। ଲକ୍‌ଡାଉନ୍‌ ଓ ଅନ୍ୟ କଟକଣା ଯୋଗୁଁ କରୋନା ସଂକ୍ରମଣ କମିଛି । ଅମ୍ଳଜାନ ସ୍ତର କମିବା ଯୋଗୁଁ ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । କୌଣସି ଲକ୍ଷଣକୁ ନ ଲୁଚାଇ ଦେହ ଖରାପ ହେଲେ ଡାକ୍ତରଙ୍କୁ ଦେଖାନ୍ତୁ। ଅଗଷ୍ଟରେ ଆମକୁ ଆହୁରି ସତର୍କ ହେବାକୁ ପଡିବ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

  • Tags:

Subscribe

National International State Sports Entertainment