ଡେରାଡୁନ: ଉତ୍ତରାଖଣ୍ଡ ହାଇକୋର୍ଟ ଲିଭ୍-ଇନ୍ ରିଲେଶନଶିପରେ ରହୁଥିବା ଅନ୍ତରଧାର୍ମିକ ଯୋଡ଼ିଙ୍କ ସୁରକ୍ଷ ସଂପର୍କିତ ଏକ ମାମଲାରେ ଆଦେଶ ଗୃହୀତ କରିଥିଲେ। କୋର୍ଟ କହିଥିଲେ ଯଦି ଦଂପତି ୪୮ ଘଣ୍ଟା ଭିତରେ ଉତ୍ତରାଖଣ୍ଡର ସମାନ ନାଗରିକ ସଂପିତା ବଳରେ ନିଜର ନାମ ପଂଜୀକରଣ କରୁଛନ୍ତି, ତାଙ୍କୁ ସୁରକ୍ଷା ପ୍ରଦାନ କରାଯିବ।
ଏହି ମାମଲାରେ ସରକାରୀ ଆଇନଜୀବୀ ଅମିତ ଭଟ୍ଟ ସ୍ପଷ୍ଟ କରିଛନ୍ତି ଯେ, ପ୍ରତିନିଧିତ୍ବ କରୁଥିବା ସରକାରୀ ଆଇନଜୀବୀଙ୍କୁ ଏଂପର୍କରେ ସୂଚନା ନଥିଲା ଯେ, ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତାର ବିଜ୍ଞପ୍ତି ଜାରି ହୋଇ ନଥିଲା। ସଂଶୋଧିତ ଆଦେଶ ଜାରି କରିବା ପାଇଁ ୟୁସିସି ସଂପର୍କିତ ଭାଗକୁ ଆଦେଶରୁ ହଟାଇ ଦିଆଯାଉ। ମାମଲାରେ ଶନିବାର ଏକ ରିକଲ ଆପ୍ଲିକେଶନ ଦାଖଲ କରାଯାଇଛି।
ହାଇକୋର୍ଟଙ୍କ ଆଦଶେ ଯେ, ୨୬ ବର୍ଷୀୟ ହିନ୍ଦୁ ମହିଳା ଓ ମୁସଲିମ ପୁରୁଷଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ ଦିଆଯାଇଛି। ଉଭୟ ପୁରୁଷ ଓ ମହିଳା ଲିଭ୍-ଇନ୍ ରିଲେଶନସିପରେ ଅଛନ୍ତି। ଆବେଦନରେ କୁହାଯାଉଛି, ଉଭୟ ବୟସ୍କ। କିନ୍ତୁ ଭିନ୍ନ ଭିନ୍ନ ଧର୍ମ ସହ ସଂପର୍କ ରଖିଛନ୍ତି। ଏଥି ପାଇଁ ସେମାନଙ୍କୁ ତାଙ୍କର ମା’ବାପା ଓ ଅନ୍ୟ ସଂପର୍କୀୟ ଧମକ ଦେଉଥିଲେ। ସରକାରୀ ଓକିଲମାନେ ଉତ୍ତରାଖଣ୍ଡର ଧାରା (୩୭୮)ର ବ୍ୟବସ୍ଥା ଦର୍ଶାଇଛନ୍ତି, ଯେଉଁଥରେ କୁହାଯାଇଛି ଯେ, ରାଜ୍ୟ ଭିତରେ ଲିଭ୍-ଇନ୍ ରିଲେଶନଶିପରେ ରହୁଥିବା ଭାଗିଦାରୀଙ୍କ ପାଇଁ ଉତ୍ତରାଖଣ୍ଡରେ ତାଙ୍କର ନିବାସର ସ୍ଥିତି ପରେ ବି ଲିଭ୍-ଇନ୍ ରିଲେଶନସିପର ବିବରଣୀ ରେଜିଷ୍ଟାର ପ୍ରସ୍ତୁତ କରିବା ବାଧ୍ୟତାମୂଳକ। ଏଭଳି ଭାବେ ରହୁଥିବା ବ୍ୟକ୍ତିମାନେ ମାସକ ଭିତରେ ପଂଜୀକରଣ କରିବା ଉଚିତ।
ବରିଷ୍ଠ ବିଚାରପତି ମନୋଜ କୁମାର ତିୱାରୀ ଓ ବିଚାରପତି ପଙ୍କଜ ପୁରୋହିତଙ୍କ ଖଣ୍ଡପୀଠ ଆବେଦନ ଉପରେ ଶୁଣାଣି କରି କହିଛନ୍ତି, ୪୮ ଘଣ୍ଟା ଭିତରେ ଅଧିନିୟମ ଅନୁସାରେ ପଂଜୀକରଣ ପାଇଁ ଆବେଦନ କଲେ, ଏସଏଚଓ ଆବେଦନକାରୀଙ୍କୁ ୬ ସପ୍ତାହ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରିବ।