ନୂଆଦିଲ୍ଲୀ: ଇଞ୍ଜିନ୍ ବିଫଳତା ଯୋଗୁଁ ବେଙ୍ଗାଲୁରୁରୁ ପ୍ୟାରିସ୍ ଯାଉଥିବା ଏକ ଏୟାର ଫ୍ରାନ୍ସ ବିମାନକୁ ତୁର୍କମେନିସ୍ତାନ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ମଙ୍ଗଳବାର ସକାଳେ ଘଟିଛି। ଜଣେ ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି ଯେ ବିମାନଟି ସ୍ଥାନୀୟ ସମୟ ସକାଳ ୩ଟା ୩୭ରେ ଆଶଗାବାତ ବିମାନବନ୍ଦରରେ ସ୍ୱାଭାବିକ ଭାବରେ ଅବତରଣ କରିଥିଲା। ତୁର୍କମେନିସ୍ତାନର ଯାତ୍ରୀମାନେ ୧୫ ଘଣ୍ଟାରୁ ଅଧିକ ସମୟ ଧରି ବିମାନବନ୍ଦରରେ ଫସି ରହିଛନ୍ତି।
ବିବୃତ୍ତିରେ କୁହାଯାଇଛି, ଏୟାର ଫ୍ରାନ୍ସ ନିଶ୍ଚିତ କରୁଛି ଯେ ଜାନୁଆରୀ ୧୨ରେ କମ୍ପାନୀ ନିର୍ଦ୍ଦେଶ ଏବଂ ନିର୍ମାତାଙ୍କ ପ୍ରକ୍ରିୟା ଅନୁଯାୟୀ ବାଙ୍ଗାଲୁରୁରୁ ପ୍ୟାରିସ୍-ଚାର୍ଲ୍ସ ଡି ଗଲ୍ ଯାଉଥିବା ବିମାନ AF191Aର କର୍ମଚାରୀମାନେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆଶଗାବାତ ବିମାନବନ୍ଦର (ତୁର୍କମେନିସ୍ତାନ)କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ।
ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24.comରେ ସୂଚନା ଅନୁଯାୟୀ ଉଡ଼ାଣଟି ଏକ ବୋଇଂ ୭୭୭ ବିମାନ ଦ୍ୱାରା ପରିଚାଳିତ ହେଉଥିଲା, ଯାହା ବେଙ୍ଗାଲୁରୁରୁ ଅନ୍ତର୍ଜାତୀ ସମୟ ଅନୁସାରେ ୨୩୨୨ ଘଣ୍ଟାରେ ଉଡ଼ାଣ କରିଥିଲା। ଏୟାର ଫ୍ରାନ୍ସ ଏକ ବିବୃତ୍ତିରେ କହିଛି, "ଏକ ସ୍ୱତନ୍ତ୍ର ବିମାନ AF386V ବର୍ତ୍ତମାନ ଆଶଗାବାତ ଅଭିମୁଖେ ଯାତ୍ରା କରୁଛି। ଏହା ଆଜି ପରେ ପ୍ୟାରିସ ଅଭିମୁଖେ ଯାତ୍ରା କରିବ ଏବଂ ଜାନୁଆରୀ ୧୪ରେ ସ୍ଥାନୀୟ ସମୟ ୨ଟା ୪୦ରେ ପହଞ୍ଚିବା ଆଶା କରାଯାଉଛି। ଏହି ସମୟ ପରିବର୍ତ୍ତନ ହୋଇପାରେ।
ଏୟାରଲାଇନ୍ସ ଏହା ମଧ୍ୟ କହିଛି ଯେ ତୁର୍କମେନିସ୍ତାନର ପ୍ରବେଶ ଆବଶ୍ୟକତା ଯୋଗୁଁ, ଯାତ୍ରୀ ଏବଂ କର୍ମଚାରୀମାନେ ପ୍ରଥମେ ବିମାନ ଭିତରେ ଅପେକ୍ଷା କରିଥିଲେ। "ଯେତେଶୀଘ୍ର ଅବତରଣ ସମ୍ଭବ ହେଲା, ବିମାନବନ୍ଦର କର୍ମଚାରୀମାନେ ସେମାନଙ୍କୁ ସହାୟତା କରିଥିଲେ। ବିମାନବନ୍ଦର ନିକଟବର୍ତ୍ତୀ ହୋଟେଲରେ ସେମାନଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଥିଲା," ଏୟାରଲାଇନ୍ସ କହିଛି, ପରିସ୍ଥିତି ଯୋଗୁଁ ହୋଇଥିବା ଅସୁବିଧା ପାଇଁ ଏହା ଦୁଃଖିତ।
ଅଧିକ ପଢ଼ନ୍ତୁ: ବାଣିଜ୍ୟ ଚିକ୍ତି ନେଇ ମାର୍କୋ ରୁବିଓଙ୍କ ସହିତ ଏକ ଭଲ ଆଲୋଚନା ହୋଇଛି: ଜୟଶଙ୍କର