କ୍ରୋଧର ନିଆଁରେ ଜଳିଗଲା ରକ୍ତ ସମ୍ପର୍କ : ନିଜ ଭାଇକୁ ପେଟ୍ରୋଲ ଢାଳି ପୋଡିଦେଲେ ଭାଇ-ଭଉଣୀ
Khabar Odisha:Anger-burns-blood-relationship-Brother-pours-petrol-on-his-brother-and-burns-him-in-Anugul-Odisha

ଅନୁଗୁଳ, ଜାନୁଆରୀ ୧୩ (ଖବର ଓଡ଼ିଶା) : କ୍ରୋଧ ମଣିଷର ସର୍ବନାଶ କରିଥାଏ ଏବଂ କୋଧ୍ରର ନିଆଁ ସବୁ ସମ୍ପର୍କ ମଧ୍ୟ ଜଳିଯାଏ ବୋଲି ଆଜି ପ୍ରମାଣିତ ହୋଇଛି । କ୍ରୋଧର ବଶବର୍ତ୍ତି ହୋଇ ନିଜ ରକ୍ତର ଭାଇକୁ ପେଟ୍ରୋଲ ଢାଳି ପୋଡିଦେଲେ ଭାଇ-ଭଉଣୀ ।

କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ଅନୁଗୁଳ ଜିଲ୍ଲାରେ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ହଣ୍ଡାପା ଥାନ ଅନ୍ତର୍ଗତ ନୁଁନୁକାପଶି କଦଳୀ ମୁଣ୍ଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

କୌଣସି ପାରିବାରିକ କଳହ ରୁ ଭାଇ-ଭଉଣୀ ଓ ପରିବାରର ଅନ୍ୟ ଲୋକଙ୍କ ମଧ୍ୟରେ ଝଗଡା ହୋଇଥିଲା ଯାହାର ପରିଣାମ ଏତେ ଭୟଙ୍କର ହୋଇଥିଲା ଯେ ଯାହା ବର୍ତମାନ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି ।

ସୂଚନା ଅନୁଯାଇ ଗତ କାଲି ବିଳମ୍ବିତ ରାତିରେ ଗ୍ରାମର ରାଜୁ ପ୍ରଧାନ ନାମକ ଜଣେ ଯୁବକଙ୍କୁ ତାଙ୍କ ଭାଇ-ଭଉଣୀ ଓ ମା’ ମିଶି ପେଟ୍ରୋଲ ଢାଳି ପୋଡିଦେଇଥିବା ଅଭିଯୋଗ ହୋଇଛି । ଏବଂ ଏହି ଘଟଣାରେ ରାଜୁ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ଘଟଣା ଘଟିବା ପରେ ପୋଲିସ୍ ପହଞ୍ଚି ମୃତ ରାଜୁ ପ୍ରଧାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ରାଜୁଙ୍କ ଭାଇ, ଭଉଣୀ ଓ ମା’ଙ୍କୁ ଅଟକ ରଖିଥିବା ସୂଚନା ମଳିଛି ।

  • Tags:

Subscribe

National International State Sports Entertainment