ନୂଆଦିଲ୍ଲୀ: ଭାରତରେ ଦୁଗ୍ଧ ସମବାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଗୁରୁବାର 'ଶ୍ୱେତ ବିପ୍ଳବ-୨.୦'ର ଶୁଭାରମ୍ଭ କରିଛନ୍ତି। ମହିଳା କୃଷକମାନଙ୍କୁ ସଶକ୍ତ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ଏକ ମହାନ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିଥିଲେ।
ନୂଆଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରୀୟ ସମ୍ମିଳନୀରେ ସମବାୟ ମନ୍ତ୍ରଣାଳୟର ବିଭିନ୍ନ ପରିବର୍ତନମୂଳକ ପଦକ୍ଷେପର ୧୦୦ ଦିନର ଶୃଙ୍ଖଳାକୁ ଉଦଘାଟନ କରି ଅମିତ ଶାହା ୪ଟି ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ ମହିଳା କୃଷକସଶକ୍ତୀକରଣ, ଦୁଗ୍ଧ ଉତ୍ପାଦନ ବୃଦ୍ଧି, ଦୁଗ୍ଧ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଦୁଗ୍ଧ ରପ୍ତାନିକୁ ପ୍ରୋତ୍ସାହିତ କରିବା ଅନ୍ତର୍ଭୁକ୍ତ।
ଦୁଇ ଲକ୍ଷ ନୂତନ ପ୍ୟାକ୍ସ (ପ୍ରାଥମିକ କୃଷି ଋଣ ସମିତି), ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ଗଠନ ଓ ସୁଦୃଢ଼ୀକରଣ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ସହିତ ସମବାୟ ମଧ୍ୟରେ ସହଯୋଗ ସମ୍ପର୍କରେ ଶ୍ରୀ ଶାହ ଏକ ମାର୍ଗଦର୍ଶିକା ମଧ୍ୟ ଉନ୍ମୋଚନ କରିଥିଲେ। ଏଥିସହ ୧ ଲକ୍ଷ ନୂଆ ଓ ବିଦ୍ୟମାନ ଜିଲ୍ଲା ସମବାୟ ସମିତି, ବହୁମୁଖୀ ଜିଲ୍ଲା ସମବାୟ ସମିତି ଓ ବହୁମୁଖୀ ପ୍ୟାକ୍ସ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ସହ ପ୍ୟାକ୍ ଗୁଡ଼ିକ ଆଉ ବନ୍ଦ ରହିବ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ସମ୍ମିଳନୀକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଦୁଗ୍ଧ ସମବାୟ ସମିତିଗୁଡ଼ିକ ଦୈନିକ ଏକ ହଜାର କିଲୋ କ୍ଷୀର କିଣିବା ଆରମ୍ଭ କରିବେ। ଏହା ଦ୍ୱାରା କୃଷକ ଓ ଗୋପାଳକଙ୍କ ଜୀବିକାରେ ଯଥେଷ୍ଟ ବୃଦ୍ଧି ଘଟିବ। ଏହାଦ୍ୱାରା ସମବାୟ କ୍ଷେତ୍ରର ମଧ୍ୟ ସମ୍ପ୍ରସାରଣ ହେବ। ସେ କହିଛନ୍ତି ଯେ ଅଧିକାଂଶ ମହିଳା ଦୁଗ୍ଧ କ୍ଷେତ୍ରରେ କାମ କରୁଛନ୍ତି। ସେଥିମଧ୍ୟରୁ କେବଳ ଗୁଜରାଟରେ ୬୦ ହଜାର କୋଟି ଟଙ୍କାର ବ୍ୟବସାୟ ହେଉଛି। ଏହି ନୂତନ ପଦକ୍ଷେପ ମହିଳାଙ୍କ ପାଇଁ ପୁଷ୍ଟିହୀନତା ବିରୋଧରେ ଲଢ଼େଇକୁ ତୀବ୍ର କରିବ। ଦୁଗ୍ଧ ସମବାୟ କ୍ଷେତ୍ରକୁ ପ୍ରଥମେ ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ (ଏନଡିଡିବି) ନିଜସ୍ୱ ସମ୍ବଳରୁ ପାଣ୍ଠି ଯୋଗାଇବ, ଯେଉଁଥିରେ ପ୍ୟାକ୍ ପିଛା ୪୦,୦୦୦ ଟଙ୍କା ୧,୦୦୦ ପାକ୍ସ ଦିଆଯିବ।
ଅମିତ ଶାହ ଏହି କାର୍ଯ୍ୟକ୍ରମ ପାଇଁ ପୂର୍ଣ୍ଣ ବଜେଟ୍ ସହାୟତାର ପ୍ରତିଶ୍ରୁତି ଦେବା ସହ ଏହା ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି। ସମବାୟ ମାଧ୍ୟମରେ ଗାଁଗୁଡିକର ବିକାଶର ଗତି ବୃଦ୍ଧି ପାଇଛି। ଏକ ଅଲଗା ମନ୍ତ୍ରାଳୟ ଗଠନ ଦ୍ୱାରା ସମବାୟ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିଛି, ଯାହା ଗାଁ ଓ ଜିଲ୍ଲାରେ ଅପ୍ରାସଙ୍ଗିକ ହୋଇପଡୁଥିଲା। ସ୍ୱାଧୀନତାର ସାତ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଦେଶରେ ସମବାୟ ଆନ୍ଦୋଳନ ପ୍ରାୟ ଅପ୍ରାସଙ୍ଗିକ ହେବାରେ ଲାଗିଥିଲା। ପ୍ରଶାସନ, ଅର୍ଥନୀତି ଓ ଅନ୍ୟାନ୍ୟ ସମବାୟ କ୍ଷେତ୍ରରେ ଯେଉଁ ପରିବର୍ତନ ଆସୁଛି ତାହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପରିବର୍ତ୍ତନ କରାଯାଇ ନାହିଁ।
ଅଧିକ ପଢ଼ନ୍ତୁ: ସିନ୍ଧୁ ଜଳ ଚୁକ୍ତିର ସମୀକ୍ଷା ନୋଟିସ ନେଇ ଜବାବ ଦେଲା ପାକିସ୍ତାନ