ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ବଳାତ୍କାର ତଥା ବଳପୂର୍ବକ ଗର୍ଭପାତ ଅଭିଯୋଗ, ମାମଲା ରୁଜୁ
Khabar Odisha:Allegations-of-rape-and-forced-abortion-in-the-name-of-Mithun-Chakrabortys-son-and-wife-case-filed
ମୁମ୍ବାଇ, ଅକ୍ଟୋବର ୧୭ (ଖବର ଓଡ଼ିଶା):

ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ପତ୍ନୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି  । ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ବଳାତ୍କାର କରିବା ସହ ବଳପୂର୍ବକ ଗର୍ଭପାତ କରାଇବା ଅଭିଯୋଗ ହୋଇଛି  । ସେଥିରେ ତାଙ୍କ ପତ୍ନୀ ଯୋଗିତା ବାଲି ମଧ୍ୟ ସଂମ୍ପୃକ୍ତ ରହିଥିବା ଅଭିଯୋଗକାରିଣୀ କହିଛନ୍ତି । ମୁମ୍ବାଇର ଓସିୱାରା ପୋଲିସ ଷ୍ଟେସନରେ ବଳାତ୍କାର ଓ ଗର୍ଭପାତ ମାମଲା ରୁଜୁ ହୋଇଛି। ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଜଣେ ଅଭିନେତ୍ରୀ-ମଡେଲ ଏହି ଅଭିଯୋଗ ଆଣିଛନ୍ତି।

ସୂଚନାନୁସାରେ, ପୀଡିତାଙ୍କ ଏଫ୍ଆଇଆର୍ ଆଧାରରେ ଜଣାପଡିଛି ଯେ ସେ ଏବଂ ମହାଅକ୍ଷୟ 2015ରୁ ସମ୍ପର୍କରେ ଥିଲେ। 2015ରେ ମହାଅକ୍ଷୟ ପୀଡିତାଙ୍କୁ ଘରକୁ ଡାକି ଏକ ନିଶାଦ୍ରବ୍ୟ ଦେଇଥିଲେ। ତାଙ୍କ ଅଜ୍ଞାତରେ ମହାଅକ୍ଷୟ ପୀଡିତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ପରେ ଅନେକ ଥର ବିବାହର ମିଛ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ  । ଏହାଦ୍ବାରା ସେ ତାଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ସ୍ଥାପନ ରଖିଛନ୍ତି ।

ମହାଅକ୍ଷୟ ଚକ୍ରବର୍ତ୍ତୀ ପୀଡିତାଙ୍କ ସହିତ ପ୍ରାୟ ଚାରି ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ଜାରି ରଖିଥିଲେ। ଏହା ସହିତ ପୀଡିତାଙ୍କୁ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ। ଗର୍ଭବତୀ ହେବାରୁ ତାଙ୍କୁ ବଳପୂର୍ବକ ଗର୍ଭପାତ କରାଇବାକୁ କହିଛନ୍ତି। ପୀଡିତା ରାଜି ନହେବାରୁ ସେ ଜବରଦସ୍ତି ଗର୍ଭପାତ ଔଷଧ ଦେଇଛନ୍ତି।

ପ୍ରକାଶ ଥାଉ ଯେ ପୀଡିତା ମହାଅକ୍ଷୟଙ୍କ ମାଆ ଯୋଗିତା ବାଲି ମଧ୍ୟ ଅଭିଯୋଗ ତାଙ୍କୁ ଧମକ ଦେବା ସହ ମାନସିକ ଚାପ ପକାଇଥିବା ଅଭିଯୋଗ କରିଛନ୍ତି।

  • Tags:

Subscribe

National International State Sports Entertainment