କୋରାପୁଟ ବନ୍ଧୁଗାଁ ସୀମାନ୍ତ ଝଙ୍କରିକାର୍ଲି ଗାଁ ପାହାଡ଼ରେ ମହାବଳ ବାଘ ଏକ ବଳଦକୁ ଶିକାର କରିବା ପରେ ଲୋକଙ୍କ ଭୟ ଆହୁରି ବଢ଼ିଯାଇଛି। ବାଘ କେଉଁ ଆଡ଼ୁ ଆସୁଛି କୁଆଡ଼େ ଯାଉଛି ତାର ଗତିବିଧି ଜାଣିବା ପାଇଁ ବନ ବିଭାଗର କର୍ମଚାରୀ ବିଭିନ୍ନ ସ୍ଥାନରେ ଡେରା ପକାଇ ଜଗି ବସିଛନ୍ତି।
ବାଘ ଭୟରେ ଲୋକେ ଘର ଭିତରୁ ବାହାରୁ ନାହାନ୍ତି। ନାରାୟଣପାଟଣା ରେଞ୍ଜର ଅକ୍ଷୟ କୁମାର ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ସତର୍କ କରାଇଛନ୍ତି।ସହ ବନ କର୍ମଚାରୀଙ୍କ ସହ ମିଶି ଲୋକଙ୍କୁ ଆତଙ୍କିତ ନ ହେବାକୁ ଡ଼ାକବାଜି ମାଧ୍ୟମରେ ସଚେତନ କରାଯାଉଛି।