ମୁମ୍ବାଇ: ନଭି ମୁମ୍ବାଇର ଉଲୱେରେ ବୁଧବାର ସନ୍ଧ୍ୟାରେ ୩ଟି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜେନେରାଲ ଷ୍ଟୋର ଓ ଗୋଟିଏ ଘରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକମାନେ ହେଲେ ମଞ୍ଜୁ ଘଞ୍ଚି (୪୦), ଚେତନ (୧୩) ଓ ଲକ୍ଷ୍ମୀ (୧୪)। ମଞ୍ଜୁଙ୍କ ସ୍ବାମୀ ରମେଶ (୪୨)ଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ ଦୁଇ ଜଣ ଶିଶୁଙ୍କ ମଧ୍ୟ ମୃତ୍ୟୁ ଘଟିଛି। ରମେଶ ନାମକ ଏହି ଦୋକାନୀଙ୍କ ଶରୀରରେ ଆଘାତ ଲାଗିଥିବା ବେଳେ ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପତ୍ନୀ ଓ ଦୁଇ ସନ୍ତାନଙ୍କ ମୃତ୍ୟୁ ଘଟିଛି। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
ସିଆଇଡିସିଓ ଫାୟର ଅଫିସର ବିଜୟ ରାଣେ କହିଛନ୍ତି, ଆମକୁ ରାତି ୯ଟାରେ ଏକ ଫୋନ୍ ଆସିଥିଲା ଏବଂ ଆମର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେଠାରେ ଏକ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ହୋଇଥିଲା।
ଅଧିକ ପଢ଼ନ୍ତୁ: ଶ୍ରୀରାମଙ୍କ ଜୀବନ, ଆଦର୍ଶ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ