କରୋନା ସଂକ୍ରମଣ ଜାହାଜରୁ ଉଦ୍ଧାର ପାଇଁ ଓଡ଼ିଆ ଯୁବକଙ୍କ ଆକୁଳ ନିବେଦନ
Khabar Odisha:A-young-engineer-from-Berhampur-among-160-Indians-reportedly-stranded-in-a-ship-at-Yokohama-in-Japan-for-last-14-days
ବ୍ରହ୍ମପୁର, ଫେବୃଆରୀ ୧୯ (ଖବର ଓଡ଼ିଶା):

ସମଗ୍ର ପୃଥିବୀରେ କୋରନା ଭାଇରସର ଆତଙ୍କ ଜାରି ରହିଥିବା ବେଳେ ଏବେ ପୁଣି ଥରେ ଏକ ଦୁଖ୍ଃଦ ଖବର ସାମ୍ନାକୁ ଆସିଛି ଜାପାନର ୟୋକହାମା ବନ୍ଦରରେ ଫସିରହିଥିବା କ୍ରୁଜ ଜାହାଜରେ ଫସି ରହିଛନ୍ତି ଓଡ଼ିଆ ଯୁବକ  ।

ଯୁବକ ଜଣକ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ଜାହାଜରେ 14 ଦିନ ଧରି ଫସିରହିଥିବା ଜଣାପଡ଼ିଛି । କରୋନା ଭାଇରସ ପରୀକ୍ଷାରେ ତାଙ୍କୁ କରୋନା ହେଇନଥିଲେ ମଧ୍ୟ କଣ ପାଇଁ ଜାପାନ ସରକାର ତାଙ୍କୁ ଜାହାଜରେ ଅଟକ ରଖିଛନ୍ତି ସେ ନେଇ ଭାରତ ସରକାରଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି ପରିବାର ଲୋକେ ଓ ଯୁବକ । 

ଯୁବ ଇଞ୍ଜିନିୟର ଜଣକ ହେଲେ ବ୍ରହ୍ମପୁର ସହରର ସିବାସିସ ନାୟକ। ଦିର୍ଘ 14 ଦିନ ଧରି ଜାପାନ ରେ ଫସି ରହିଥିବା ବେଳେ ଉଦ୍ଧାର କରିବା ଲାଗି ପରିବାର ଲୋକେ ନିବେଦନ କରିଛନ୍ତି ।

  • Tags:

Subscribe

National International State Sports Entertainment