ଆସନ୍ତାକାଲି ରାଜ୍ୟର 11 ଟି ଜିଲ୍ଲାରେ ଲାଗୁହେବ ଦୁଇ ଦିନିଆ ସଟଡାଉନ, ଏ ସମ୍ପର୍କରେ ଗାଇଡଲାଇନ ଜାରି କଲେ ଏସଆରସି
Khabar Odisha:A-two-day-shutdown-will-be-implemented-in-11-districts-of-the-state-tomorrow-the-SRC-said-in-a-statement
ଭୁବନେଶ୍ୱର, ଜୁନ ୦୫ (ଖବର ଓଡ଼ିଶା):

ରାଜ୍ୟସରକାରଙ୍କ ଘୋଷଣାକ୍ରମେ ଚଳିତ ମାସ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନିଆ ସଟ ଡାଉନ ନିୟମ ଲାଗୁ ହେବାକୁ ଯାଉଛି । ଆସନ୍ତାକାଲି ଶନିବାର ରହିଥିବାରୁ ସଟଡାଉନ ନିୟମ କାଲିଠାରୁ ଲାଗୁ କରାଯିବ ।

ଏଥିପାଇଁ ଏସଆରସିଙ୍କ ପକ୍ଷରୁ ଆଜି ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି । ଗାଇଡଲାଇନ ଅନୁସାରେ ସଟ ଡାଉନ ସମୟରେ ମେଡିକାଲ୍ ଭଳି ଜରୁରୀ କାର୍ଯ୍ୟ ପାଇଁ ଯେ କୌଣସି ଲୋକ ଯାତାୟତ କରିପାରିବେ । ଆରବିଆଇ, କ୍ଲିୟରିଂ ହାଉସ, ଏଟିଏମ ସହ ଜଡିତ କର୍ମଚାରୀ ମଧ୍ୟ ସଟ ଡାଉନ ସମୟରେ ଯାଇପାରିବେ । ଏୟାରପୋର୍ଟ, ଷ୍ଟେସନ, ବସ୍ ଟର୍ମିନାଲ ସହ ଜଡିତ କର୍ମଚାରୀଙ୍କୁ ମଧ୍ୟ ଯିବା ଆସିବା ପାଇଁ ଅନୁମତି ରହିଥିବା ଗାଇଡଲାଇନରେ ଉଲ୍ଲେଖ ରହିଛି । ଖାଲି ଏତିକି ନୁହେଁ, ବରଂ ସ୍ୱିଗି, ଜୋମାଟୋ ଡେଲିଭରି ବଏଙ୍କୁ ମଧ୍ୟ ଅନୁମତି ମିଳିବ ବୋଲି ସୂଚନା ରହିଛି । ଏହାବାଦ ଖବର କାଗଜ ହକରଙ୍କୁ ସକାଳ ୫ଟାରୁ ୮ଟା ଯାଏଁ ବିକ୍ରି ପାଇଁ ଅନୁମତି ରହିଛି । ଏଲପିଜି ହୋମ୍ ଡେଲିଭରି କରୁଥିବା କର୍ମଚାରୀଙ୍କୁ ମଧ୍ୟ ଅନୁମତି ମିଳିବ ।

ଅନ୍ୟପଟେ ସଟ ଡାଉନ ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ସଟ ଡାଉନ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ । ଟେଲିକମ, ମାଲ ପରିବହନ, କୃଷି ସଂପର୍କିତ କାର୍ଯ୍ୟ ଚାଲୁ ରହିବ । ଏହାସହ ରେଳ, ବିମାନ, ଟ୍ୟାକ୍ସି ଚଳାଚଳ ବି ଚାଲୁ ରହିବ ବୋଲି କହିଛନ୍ତି ମନ୍ତ୍ରୀ । ଅନ୍ୟପଟେ କର୍ତ୍ତପକ୍ଷଙ୍କ ଅନୁମତି ନେଇ ବିବାହ ଓ ଦାହ କାର୍ଯ୍ୟ ବି ସଂପାଦନ ହୋଇପାରିବ ବୋଲି ସେ କହିଛନ୍ତି ।

  • Tags:

Subscribe

National International State Sports Entertainment