ନୂଆଦିଲ୍ଲୀ, ଜାନୁଆରୀ 13 (ଖବର ଓଡ଼ିଶା):
ଦେଶରେ ଜାନୁଆରୀ ୧୬ ଠାରୁ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ତେବେ ଏହାରି ଭିତରେ ଜାନୁଆରୀ ୧୭ରେ ହେବାକୁ ଥିବା ପୋଲିଓ ଟିକାକରଣ ତାରିଖ ଆଗକୁ ଘୁଚାଂଇ ଦିଆଯାଇଛି ଯାହା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଣୟ ପକ୍ଷରୁ ଏହି ସୁଚନା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଣୟ ର କହିବା ମୁତାବିକ ଦେଶରେ କରୋନାର ଟିକାକରଣ ଚାଲିବାପାଇଁ ବ୍ୟବସ୍ଥାମାନ ଚାଲୁଥିବାବେଳେ ପୋଲିଓ ଟିକା ପାଇଁ ସମୟ ବିଳମ୍ବ ହୋଇପାରେ ତେଣୁ ଆଗାମୀ ତାରିଖ ଘୋଷଣା ହେଲେ ଏହି କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେବ । ସୁଚନା ଅନୁସାରେ ଭାରତରେ ଏହି ପୋଲିଓ ଟିକା କାର୍ଯ୍ୟକ୍ରମ ଅନେକ ବର୍ଷରୁ ଚାଲିଆସୁଛି । ଯାହାଫଳରେ ଅନେକ ଛୋଟ ଛୋଟ ପିଲା ମାନେ ପୋଲିଓ ବୁନ୍ଦା ନେଇଥାନ୍ତି କିନ୍ତୁ ଚଳିତ ବର୍ଷ କରୋନା ଟିକା ଆସିବା କାରଣରୁ ଏହି ସମୟକୁ ଘୁଚାଂଇ ଦିଆଯାଇଛି ।