ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ୍-୧୯ ଟିକା ବିଷୟରେ ସମସ୍ତ ଗୁଜବକୁ ଖାରଜ କରି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର) ଏବଂ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ) ସେମାନଙ୍କର ଗଭୀର ତଦନ୍ତରେ ସ୍ପଷ୍ଟ କରିଛନ୍ତି ଯେ ଯୁବପିଢ଼ିଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ସହିତ କୋଭିଡ୍ ଟିକାର କୌଣସି ସମ୍ପର୍କ ନାହିଁ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି ଯେ ଏହି ଟୀକା ସମ୍ପୂର୍ଣ୍ଣ ନିରାପଦ ଏବଂ ଏଥିରୁ କୌଣସି ବିପଦ ନାହିଁ। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ବୈଜ୍ଞାନିକ ତଥ୍ୟ ଆଧାରରେ, ଏପରି କିଛି ପ୍ରକାଶ ପାଇନାହିଁ ଯାହା ହଠାତ୍ ମୃତ୍ୟୁ ପାଇଁ ଟୀକାକୁ ଦାୟୀ କରେ।
ଆଇସିଏମ୍ଆର ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍ସିଡିସି) ଦ୍ୱାରା କରାଯାଇଥିବା ତଦନ୍ତରୁ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ଭାରତରେ ବ୍ୟବହୃତ ହେଉଥିବା କୋଭିଡ୍ ଟୀକା କେବଳ ନିରାପଦ ନୁହେଁ ବରଂ ରୋଗକୁ ରୋକିବାରେ ମଧ୍ୟ ପ୍ରଭାବଶାଳୀ। ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାର ଘଟଣା ଏତେ ବିରଳ ଯେ ସେଗୁଡ଼ିକୁ ଅଣଦେଖା କରାଯାଇପାରିବ। ବୈଜ୍ଞାନିକମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଟିକାକୁ ହଠାତ୍ ମୃତ୍ୟୁ ସହିତ ଯୋଡିବା ଆଲୋଚନା ଭିତ୍ତିହୀନ ଏବଂ ଭୁଲ।
ଅଧିକ ପଢ଼ନ୍ତୁ: ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ