ତାଇୱାନର ଏକ ୧୩ ମହଲା କୋଠାରେ ଲାଗିଲା ନିଆଁ, ୪୬ ଜଣଙ୍କ ମୃତ୍ୟୁ
Khabar Odisha:A-fire-broke-out-in-a-13-storey-building-in-Taiwan-killing-at-least-six-people
ତାଇୱାନ, ଅକ୍ଟୋବର ୧୪(ଖବର ଓଡ଼ିଶା):

ତାଇୱାନର ଏକ ୧୩ ମହଲା କୋଠାରେ ନିଆଁ ଲାଗି ଯିବା ଫଳରେ ୪୬ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି ଏବଂ ୫୬ ଜଣ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । କିଛି ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ବେଳେ ଏବେବି କିଛି ଲୋକ ଫସିଛନ୍ତି । ଦମକଳ ବାହିନୀ ଉଦ୍ଧାର କାର‌୍ୟ୍ୟ ଜାରି ରଖିଛି ।

ସୁଚନା ଅନୁସାରେ କାଉସୁଙ୍ଗେ ସହରର ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ତାଇୱାନ ସମୟର ପାଖାପାଖି ୩ ଟା ହେବ ଏହି ବିଲ୍ଡିଂରେ ନିଆଁ ଲାଗି ଯିବା ନେଇ ଦମକଳ ବାହିନୀ ପାଖରେ ଖବର ପହଁଚିଥିଲା । ନିଆଁ ବେଗ ଏତେ ଭୟଙ୍କର ଥିଲା ଯେ ଦୃତ ଗତିରେ ପୁରା ବିଲ୍ଡିଂ ରେ ବ୍ୟାପିଯାଇଥିଲା ନିଆଁ ।

  • Tags:

Subscribe

National International State Sports Entertainment