ଓଡ଼ିଶାରେ ଆଉ ୬ ଟି ମୁଣ୍ଡ ନେଲା ମହାମାରୀ କରୋନା, ମୃତ୍ୟୁ ସଂଖ୍ୟା ଛୁଇଁଲା ୪୮
Khabar Odisha:6-more-Corona-death-in-Odisha
ଭୁବନେଶ୍ୱର, ଜୁଲାଇ ୮( ଖବର ଓଡ଼ିଶା):

 ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ରାଜ୍ୟରେ ଆଉ ୬ ଟି ମୁଣ୍ଡ ନେଲା ମହାମାରୀ କରୋନା ଭାଇରସ ।  ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୮ ଛୁଇଁଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ମୁତାବକ,ଆଜି କରୋନାରେ ମୃତ୍ୟୁ ଘଟିଥିବା ୬ ଜଣ ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର ଓ ଅନ୍ୟ ଜଣେ ରାୟଗଡ଼ା ଜିଲ୍ଲାର , ଜଣେ ଭୁବନେଶ୍ଵରର ଓ ଜଣେ କେନ୍ଦ୍ରାପଡ଼ା ଜିଲ୍ଲାର । ତେବେ ପ୍ରଥମ ମୃତକ ଜଣକ ରାୟଗଡ଼ା ଜିଲ୍ଲାର ୮୦ ବର୍ଷୀୟ ବ୍ୟକ୍ତି । ସେ ଅନ୍ୟାନ୍ୟ ଗମ୍ଭୀର ରୋଗରେ ପୀଡ଼ିତ ଥିଲେ । ଅନ୍ୟଜଣେ ଗଞ୍ଜାମ ଜିଲ୍ଲାର ୫୬ ବର୍ଷୀୟ ବ୍ୟକ୍ତି । ତୃତୀୟ ମୃତକ ଜଣକ ୪୯ ବର୍ଷୀୟ ବ୍ୟକ୍ତି । ସେ ଡାଇବେଟିସ ରେ ପୀଡ଼ିତ ଥିଲେ । ୪ ର୍ଥ ମୃତକ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ଵରର ୫୫ ବର୍ଷୀୟ ବ୍ୟକ୍ତି ।  ପଞ୍ଚମ ମୃତକ ଗଞ୍ଜାମ ଜିଲ୍ଲାର ୬୪ ବର୍ଷୀୟ ବ୍ୟକ୍ତି ।ସେ ମଧ୍ୟ ଡାଇବେଟିସ ରେ ପୀଡ଼ିତ ଥିଲେ। ଷଷ୍ଠ ମୃତକ ଜଣକ ପଞ୍ଚମ ମୃତକ ଗଞ୍ଜାମ ଜିଲ୍ଲାର ୫୦ ବର୍ଷୀୟ ମହିଳା ।ସେ ମଧ୍ୟ ଡାଇବେଟିସ ରେ ପୀଡ଼ିତ ଥିଲେ। କିଛି ଦିନ ତଳେ ଏହି ୬ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ମହାମାରୀରେ ସଂକ୍ରମଣ ହୋଇ ଏହି  ୬ଜଣ ବ୍ୟକ୍ତି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । 

ଚିକିତ୍ସିତ ଅବସ୍ଥାରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।୪ ଜଣଙ୍କ ଶରୀରରେ ଆଗରୁ ଗମ୍ଭୀର ସ୍ଵାସ୍ଥ୍ୟଗତ ସମସ୍ୟା ରହିଥିବା ଜଣାପଡିଛି । ସେହିଭଳି ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮ କୁ ବୃଦ୍ଧି ପାଇଛି ।

  • Tags:

Subscribe

National International State Sports Entertainment