ବୋକାରୋ: ଝାଡ଼ଖଣ୍ଡର ବୋକାରୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ବୋକାରୋ ଜିଲ୍ଲାର କସମର ଥାନା ଅଞ୍ଚଳର ଦାନ୍ତୁରେ ଏହି ଦୁର୍ଘଟଣା ଘଟିଛି। ବୋକାରୋ ରାମଗଡ଼ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ୩ଟି ଗାଡ଼ି ମୁହାଁମୁହିଁ ଧକ୍କା ହେବାଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଦୁର୍ଘଟଣାସ୍ଥଳରେ ଟ୍ରେଲର ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାର କିଛି ସମୟ ପରେ ପେଟାରୱାର ଅଭିମୁଖେ ଯାଉଥିବା ଏକ ବୋଲେରୋ ଉଭୟଙ୍କୁ ଧକ୍କା ଦେଇଥିଲା। ବୋଲେରୋରେ ମୋଟ ୮ ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଛି।
ଜରିଡିହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ସ୍ୱିଟି ଭଗତଙ୍କ କହିବାନୁଯାୟୀ, ଦୁର୍ଘଟଣା ଘଟାଇଥିବା ବୋଲେରୋରେ ପ୍ରାୟ ୮ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କୁ ମୃତ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ଅବସ୍ଥା ଭଲ ରହିଛି।
ଅଧିକ ପଢ଼ନ୍ତୁ: ଜେଲ୍ର ଚାରିକାନ୍ଥ ଭିତରେ ରାତି କାଟିଲେ ଅଲ୍ଲୁ