ଗତକାଲି ମେଟାକାନୀରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା, 4ରେ ପହଁଞ୍ଚିଲା ମୃତକଙ୍କ ସଂଖ୍ୟା
Khabar Odisha:4-Killed-6-Injured-In-Metkani-Road-Mishaps-In-Odisha
ସୁବର୍ଣ୍ଣପୁର, ଫେବୃଆରୀ ୨୨ (ଖବର ଓଡ଼ିଶା):

ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମେଟାକାନୀ ନିକଟରେ ଗତକାଲି ବିଳମ୍ବିତ ରାତିରେ ଟ୍ରକ-ପିକଅପ ଭ୍ୟାନ ମଧ୍ୟରେ ଘଟିଥିବା ଦୁର୍ଘଟଣାରେ ଆଉ ଜଣଙ୍କର ଆଜି ସକାଳୁ ସକାଳୁ ମୃତ୍ୟୁ ଘଟିଛି । ଗତକାଲି ଦୁର୍ଘଟଣାରେ ଗୁରୁତର ଭାବେ ଆହାତ ହୋଇ ବୁର୍ଲାରେ ଚିକିତ୍ସାଧୀନ ଥିବା ପିକଅପ ଭ୍ୟାନ ଚାଳକଙ୍କ ମୃତ୍ୟୁ ଘଟିଛି ।

ଫଳରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ବୁର୍ଲାରେ ଚିକିତ୍ସାଧୀନ ପିକଅପ ଭ୍ୟାନ ଚାଳକ ସମେତ ବ୍ୟାଣ୍ଡପାର୍ଟିର ୨ ଜଣ ଓ ଅନ୍ୟଙ୍କର ମଧ୍ୟ ଗତ କାଲି ମୃତ୍ୟୁ ଘଟିଥିଲା । ଗତକାଲି ଦୁର୍ଘଟଣାରେ ଗୁରୁତର ଭାବେ ଆହାତ ହୋଇଥିବା ବ୍ୟାଣ୍ଡପାର୍ଟିର ଅନ୍ୟ 6 ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।  

ସୂଚନା ଅନୁଯାୟୀ, ଗତକାଲି ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନିରେ ହୋଇଥିବା ଏହି ଦୁର୍ଘଟଣାରେ ପ୍ରଥମେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ଉଲୁଣ୍ଡାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଉକ୍ତ ପିକଅପ ଭ୍ୟାନଟି ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ପୋଲିସ ଓ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିଥିଲେ। ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ଭ୍ୟାନକୁ ଜବତ କରିଛି। ଟ୍ରକର ଚାଳକ ଫେରାର ଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।

  • Tags:

Subscribe

National International State Sports Entertainment