ଭୁବନେଶ୍ୱର, ଜାନୁଆରୀ 22 (ଖବର ଓଡିଶା) :
ରାଜ୍ୟରେ ସୁରୁଖୁରୁରେ ଚାଲିଛି କରୋନା ଟୀକାକରଣ । ସପ୍ତାହକ ଭିତରେ 1 ଲକ୍ଷ 49 ହଜାର 760 ଡୋଜ୍ କୋଭାକ୍ସିନ ଆସିବ । କେଵଳ ଭୁବନେଶ୍ୱରରେ ଦିଆଯିବ କୋଭାକ୍ସିନ ଟୀକା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସିଏଚସି ଓ ପିଏଚସି ଗୁଡ଼ିକରେ 3 ଦିନ ଟୀକା ଦିଆଯିବ । ମଙ୍ଗଳ, ବୁଧ, ଶୁକ୍ରବାର ଦିଆଯିବ ନାହିଁ ଟୀକା । ଓ ରବିବାର ମଧ୍ୟ ଟୀକାକରଣ ବନ୍ଦ ରହିବ । ସେହିପରି ସରକାରୀ ଓ ଘରୋଇ ମେଡ଼ିକାଲ କଲେଜ ଗୁଡ଼ିକରେ ଛୁଟି ଦିନ ଛାଡ଼ି ସବୁଦିନ ଟୀକା ଦିଆଯିବ ।
ଗତକାଲି 436 ସେସନରେ 44 ହଜାର 880 ଜଣଙ୍କୁ ଟୀକାକରଣ ହୋଇଛି । 16 ରୁ 21 ତାରିଖ ଭିତରେ 1 ଲକ୍ଷ 13 ହଜାର 623 ଜଣଙ୍କୁ ଟୀକାକରଣ କରାଯାଇଛି । 20 ଟି ଜିଲ୍ଲାରେ 100 ପ୍ରତିଶତ ରୁ ଅଧିକ ହୋଇଛି ଟୀକାକରଣ । ଆଜି 100 ଟି ସେସନରେ 13 ହଜାର 155 ଜଣଙ୍କୁ ଟୀକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ବରଗଡ଼ ଜିଲ୍ଲାରେ 2 ଟି ପାର୍ଶ୍ୱ ପ୍ରତିକ୍ରିୟା, ଜଗତସିଂହପୁର ଜିଲ୍ଲାରେ ଗୋଟିଏ ଓ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି ।