ରତଲାମ: ଦିଲ୍ଲୀ-ମୁମ୍ବାଇ ରେଳ ଟ୍ରାକ୍ର ରତଲାମ୍ ରେଳ ଷ୍ଟେସନ ନିକଟରେ ଗୁରୁବାର ରାତି ପେଟ୍ରୋଲ ଭର୍ତ୍ତି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି। କ୍ୟାନ୍ରୁ ମଧ୍ୟ ପେଟ୍ରୋଲ ଲିକ୍ ହେଉଛି। ଦୁର୍ଘଟଣା ଖବର ପାଇବା ମାତ୍ରେ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଟ୍ରେନ୍ ଲାଇନଚ୍ୟୁତ କରିବା ପାଇଁ ମଧ୍ୟ ଷଡ଼ଯନ୍ତ୍ର ହୋଇପାରେ ବୋଲି ଅଧିକାରୀମାନେ ଅନୁମାନ କରୁଛନ୍ତି।
ଗୁଜରାଟର ରାଜକୋଟରୁ ପେଟ୍ରୋଲିୟମ ସାମଗ୍ରୀ ନେଇ ଭୋପାଳର ବେରାଇନିଆ ଭାଉରି ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ରାତି ପ୍ରାୟ ୧୦ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ କିଛି ସମୟ ପାଇଁ ଦିଲ୍ଲୀ-ମୁମ୍ବାଇ ରୁଟ୍ର ଅଫ୍ଲାଇନ୍ ପ୍ରଭାବିତ ହୋଇଥିବା ବେଳେ ଡାଉନ୍ ଲାଇନ୍ରୁ ଟ୍ରେନ୍ ଚଳାଚଳ ଜାରି ରହିଥିଲା। ତେବେ ଏହି ଘଟଣା ଯୋଗୁଁ କିଛି ସମୟ ପାଇଁ ଦୁଇଟି ଟ୍ରେନ୍ ପ୍ରଭାବିତ ହୋଇଥିଲା।
ଡିଆରଏମ ରଜନୀଶ କୁମାରଙ୍କ କହିବା ଅନୁଯାୟୀ, ପୂରା ଘଟଣାର ତଦନ୍ତ ଚାଲିଛି। ବୈଷୟିକ ତ୍ରୁଟି କାରଣରୁ ମଧ୍ୟ ଏଭଳି ଘଟଣା ଘଟିପାରେ। ଏବେ ତଦନ୍ତ ଜାରି ରହିଛି। ଦୁର୍ଘଟଣା ପରେ ପ୍ରଥମେ ରେଳବାଇ ପକ୍ଷରୁ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।
ରଜନୀଶ କୁମାର କହିଛନ୍ତି, ଟ୍ରେନ୍ର ତିନୋଟି ବଗି ଲାଇନଚ୍ୟୁତ ହୋଇଛି, ଗୋଟିଏ କୋଚ୍ ଉଠାଯାଇଛି, ଦ୍ୱିତୀୟ ବଗିରେ ସାମାନ୍ୟ ସମସ୍ୟା ରହିଛି ଏବଂ ତୃତୀୟଟି ମଧ୍ୟ ସାମାନ୍ୟ, ତାହା ମଧ୍ୟ ଖୁବ୍ ଶୀଘ୍ର ହଟିଯିବ। ଆମେ କୌଣସି ଟ୍ରେନ୍ ବାତିଲ କରୁନାହୁଁ, କେବଳ କିଛି ଟ୍ରେନ୍ ବିଳମ୍ବହୋଇପାରେ। ପେଟ୍ରୋଲିୟମ ଲିକ୍ ହେଉଛି, କିନ୍ତୁ ଆମେ ସତର୍କତା ଅବଲମ୍ବନ କରୁଛୁ।