ରାଜଧାନୀରେ ବେକାବୁ ହେଉଛି କରୋନା: ଆଜି ପୁଣି ୨୯ ଚିହ୍ନଟ, ୧୪ ଟି ଲୋକାଲ କେସ ଥିବା ସୂଚନା ଦେଲା BMC
Khabar Odisha:29-Corona-positive-in-Bhubaneswar
ଭୁବନେଶ୍ୱର, ଜୁଲାଇ ୭ ( ଖବର ଓଡ଼ିଶା):

 ରାଜଧାନୀ ଭୁବନେଶ୍ୱରରେ ମାଡ଼ି ଚାଲିଛି ମହାମାରୀ କରୋନା ଭୂତାଣୁ । ବଢ଼ିବାରେ ଲାଗିଛି ଚିନ୍ତା । ଆଜି ଭୁବନେଶ୍ଵରରେ ୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଟି ଲୋକାଲ୍‌ କେସ୍‌ ଥିବାବେଳେ ୧୪ ଜଣ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି। ଏହା ସହ ଜଣେ ମହିଳା କରୋନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ରାଜଧାନୀରେ ଲୋକାଲ କେସ ବଢ଼ିବାରେ ଲାଗିଛି। ଆଜି କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ୧୪ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୯ ଜଣ ପୁରୁଷ ଥିବାବେଳେ ୫ଜଣ ମହିଳା ରହିଛନ୍ତି। 

୧୪ ଲୋକାଲ କେସ୍‌ ମଧ୍ୟରୁ ଡୁମୁଡୁମା ସୁବାସନଗର ବସ୍ତିରୁ ପୁଣି ଜଣେ ଲୋକାଲ କଣ୍ଟାକ୍ଟ କେସ ଚିହ୍ନଟ ହୋଇଛନ୍ତି । ଖଣ୍ଡଗିରିର ଜଣେ ମହିଳା, ଘରୋଇ ହସ୍ପିଟାଲର ୨ ଜଣ ମହିଳା କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭରତପୁର ଅଞ୍ଚଳ ର ଜଣେ ଓ କେଶରୀନଗର ବସ୍ତିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ସେହିପରି ୟୁନିଟ-୧ ଅଞ୍ଚଳରୁ ଜଣେ, ବଡ଼ଗଡ଼ ବ୍ରିଟ କଲୋନୀରୁ ଜଣେ, ବମିଖାଲ ଜୟଦୁର୍ଗା ନଗରରୁ ଜଣେ, ବରମୁଣ୍ଡା ଟେଲକୋ କଲୋନୀରୁ ଜଣେ, ସହିଦନଗରରୁ ଜଣେ ଓ ହଂସପାଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।କୋଭିଡ ହସ୍ପିଟାଲର ଜଣେ ମହିଳା କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆଜି ଚିହ୍ନଟ ୫୬୧ ଆକ୍ରାନ୍ତଙ୍କ ସହ ସଂକ୍ରମିତ ଙ୍କ ସଂଖ୍ୟା ୧୦ ହଜାର ଟପିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ୪୭୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା ।

  • Tags:

Subscribe

National International State Sports Entertainment