ଓଡ଼ିଶାରେ ଜୋରଦାର ହେବ କରୋନା ପରୀକ୍ଷା, ଆଜି ରାଜ୍ୟରେ ପହଞ୍ଚିଲା ଆଉ ୨୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍
Khabar Odisha:20k-more-antigen-test-kit-reached-in-Odisha
ଭୁବନେଶ୍ୱର, ଜୁଲାଇ 8 ( ଖବର ଓଡ଼ିଶା):

 ଓଡ଼ିଶାରେ ବଢୁଛି କରୋନା ସଂକ୍ରମଣ । ରାଜ୍ୟରେ ପହଞ୍ଚିଲା ଆଉ ୨୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍। ଏନେଇ RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି।

କଟକ SCBକୁ ୧୫ଶହ, ଅନ୍ୟ ୫ଟି ମେଡିକାଲ କଲେଜକୁ ହଜାରେ ଲେଖାଏଁ ଟେଷ୍ଟ କିଟ୍ ଏବଂ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲକୁ ୫ ଶହ କିଟ୍ ଯୋଗାଇ ଦିଆଯାଇଛି।  ଗଂଜାମ ଜିଲ୍ଲାକୁ ୩ ହଜାର, ଗଜପତି ଜିଲ୍ଲାକୁ ୫ଶହ ଏବଂ ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୫୦ ଲେଖାଏଁ କିଟ୍ ପଠାଯାଇଥିବା ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି । ପୂର୍ବରୁ ଓଡ଼ିଶାକୁ ୫ହଜାର ଆଣ୍ଟିଜେନ୍‌ ଟେଷ୍ଟିଂ କିଟ୍‌ ଆସିଥିଲା।

ରାଜ୍ୟରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେଲେ ବଢ଼ିବ ପରୀକ୍ଷା ସଂଖ୍ୟା। ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଲେ ଏହାକୁ କନଫର୍ମ ପଜିଟିଭ ଭାବେ ଧରାଯିବ। ଯଦି କୌଣସି ବ୍ୟକ୍ତିଙ୍କର ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସେ ଓ ତାଙ୍କର କରୋନା ଲକ୍ଷଣ ଥାଏ ତେବେ RTPCR ଟେଷ୍ଟ ପାଇଁ ସ୍ୱାବ ପଠାଯିବ।

  • Tags:

Subscribe

National International State Sports Entertainment