ଦେଶୀ ଓ ବିଦେଶୀ ମଦ କାରବାରର ଠାବ,୨୦ ହଜାର କେଜି ପୋଚ ଓ ବହୁ ମଦରନ୍ଧା ସରଞ୍ଜାମ ଜବତ ବାଲେଶ୍ଵର, ଅକ୍ଟୋବର ୪(ଖବର ଓଡ଼ିଶା) Share story: ଦେଶୀ ଓ ବିଦେଶୀ ମଦ କାରବାରର ଠାବ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚଢ଼ାଉ ଫଳରେ ୨୦ ହଜାର କେଜି ପୋଚ, ୧୨୦୦ ଲିଟର ଦେଶୀ ମଦ ସହ ବହୁ ମଦରନ୍ଧା ସରଞ୍ଜାମ ଜବତ ହୋଇଛି। ସୁଚନା ଅନୁସାରେ ନୀଳଗିରି ଥାନା ଅଧିନ ରାଧାକିଶୋରପୁର ପଞ୍ଚାୟତର ପୁନଦାଳ ଅଞ୍ଚଳରେ ଚୋରା ମଦଭାଟି ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା । ଏହା ପରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ରେ ଏହି ସଫଳତା ମିଳିଛି। ତେବେ ସବୁ ଠାରୁ ବଡ଼ କଥା ହେଉଛି ଏହି ଘଟଣାରେ ପୋଲିସ କାହାକୁ ଗିରଫ କରିନାହିଁ। ମାଫିଆ ମାନଙ୍କ ପାଖରେ ପୂର୍ବରୁ ଏହି ସୁଚନା ଥିବାରୁ ଜାଗା ଛାଡ଼ି ଚାଲିଯିବାରେ ସଫଳ ହୋଇଥିଲେ। ଖବର ଓଡ଼ିଶା, Reporter, 03/10/2022