ଭଦ୍ରକ : Shut down ଉଲଂଘନ କରି ବାଧ୍ୟତାମୂଳକ କ୍ୱାରେଣ୍ଟାଇନକୁ ଗଲେ 17 ଜଣ
Khabar Odisha:17-youth-negligence-of-shut-down-in-bhadrak
ଭୁବନେଶ୍ୱର, ଏପ୍ରିଲ 05( ଖବର ଓଡ଼ିଶା):

କରୋନା ଯେପରି ଗୋଷ୍ଠୀ ସଂକ୍ରମଣର ରୂପ ନ ନିଏ ସେନେଇ ରାଜ୍ୟ ସରକାର ଭଦ୍ରକରେ ଶୁକ୍ରବାର ରାତି ୮ଟାରୁ ଲାଗୁ ହୋଇଛି ସଟ୍ ଡାଉନ୍ । ଭଦ୍ରକ ସହର ଓ ଏହାର ଆଖପାଖ ଅଂଚଳକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଭଦ୍ରକରେ ସଟ୍ ଡାଉନ୍ ଉଲଘଂନ ଅଭିଯୋଗରେ 17ଜଣ ଯୁବକଙ୍କୁ କ୍ୱାରେଣ୍ଟାଇନ ପଠାଇଛି ପୋଲିସ ।

ଭଦ୍ରକ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା କେତେକ ଔଷଧ ଦୋକାନ ସହରରେ କେବଳ ଖୋଲା ରହିଛି । ରାସ୍ତାଘାଟ ପୁରା ଶୂନଶାନ ରହିଛି । ତେବେ ଭଦ୍ରକରେ ନିୟମ ନମାନି ବାହାରେ ବୁଲୁଥିବାରୁ 17  ଜଣଯୁବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ ।  ନିୟମ ଉଲଂଘନ ପାଇଁ ୧୪ ଦିନିଆ ସରକାରୀ କ୍ୱାରେନଟାଇନକୁ  ପଠାଇଦେଇଛି ।

  • Tags:

Subscribe

National International State Sports Entertainment