କରୋନାକୁ ମାତ୍ ଦେଲା ୧୩ ମାସର ଶିଶୁ
Khabar Odisha:13-Months-baby-own-COVID-19-fight
ମାଲକାନଗିରି, ଅଗଷ୍ଟ ୦୭ (ଖବର ଓଡ଼ିଶା):

ମାଲକାନଗିରି ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିବା ଆରମ୍ଭ କରିଥିବା ସମୟରେ ପ୍ରଥମ କରି ଗୋଟେ ଛୋଟ ଛୁଆ ତେର ମାସର ଏକ ଶିଶୁ କରୋନାରୁ ସୁସ୍ଥ ହୋଇ ଫେରିଛି । ଏହି ଶିଶୁଟିର ନାମ ହେଲା ଦୀପମ ମଣ୍ଡଳ ଏବଂ ସେ କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୪୫ ଗ୍ରାମର ବାସିନ୍ଧା । ତେବେ ଚେନ୍ନାଇରୁ ଫେରି କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୨ ସଂଗରୋଧ କେନ୍ଦ୍ରରେ ରହିଥିଲେ ଦୀପମ ଏବଂ ତାଙ୍କ ମା ଗାୟତ୍ରୀ । ପରେ ସେମାନେ କରୋନା ପରୀକ୍ଷା କରାଇବା ପରେ ଉଭୟ ମା ଏବଂ ଛୁଆ ପଜେଟିଭ ଆସିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି କୋଭିଡ ହସ୍ପିଟାଲକୁ ନିଆଯାଇଥିଲା । ପରେ ସେଠାରୁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ମା ଏବଂ ଛୁଆ ଉଭୟ ଚିକିତ୍ସିତ ହେଉଥିଲେ । ଦୀର୍ଘ ଏଗାର ଦିନ ପରେ ଦୁହେଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ସେଠାରେ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସୁବିଧା ଯୋଗା ଯାଉଥିବା କଥା କହିଛନ୍ତି । ତେବେ ବର୍ତ୍ତମାନ ଉଭୟ ମା ଏବଂ ଛୁଆ ସୁସ୍ଥ ଅଛନ୍ତି । ଛୁଆଟି ସମ୍ପୂର୍ଣ ଭାବେ ପୂର୍ବ ପରି ଖେଳା ବୁଲା କରି ତାର ସମୟ ଅତିବାହିତ କରୁଛି । ତେବେ ଗାୟତ୍ରୀଙ୍କ କହିବା କଥା କି କରୋନା ଯଦି ହୁଏ ତେବେ ତାକୁ ଆମେ ଡରିବା ନାହିଁ କିମ୍ବା ରୋଗକୁ ଲୁଚାଇବା ନାହିଁ । ସଙ୍ଗେ ସଙ୍ଗେ ଯାଇ ନିଜର ପରୀକ୍ଷା କରାଇବା ଏହାସହିତ ସରକାରଙ୍କ ନିୟମ ମାନି ଏହି ସମୟରେ ଆମେ ତାଙ୍କ ସହ ଛିଡା ହୋଇ କରୋନା ସହ ଲଢ଼ିବା ।

  • Tags:

Subscribe

National International State Sports Entertainment