ଭୁବନେଶ୍ୱର, ଜାନୁଆରୀ 14 (ଖବର ଓଡିଶା) :
ରାଜ୍ୟରେ ଜୋରଦାର ଚାଲିଛି ଟ୍ରାଫିକ ଯାଞ୍ଚ । ଏହି କ୍ରମରେ ଅମାନିଆ ଗାଡି ଚାଳକଙ୍କୁ ଲାଗୁଛି ମୋଟା ଅଙ୍କର ତଣ୍ଡ । ତେବେ ଜଣେ ବାଇକ ଚାଳକଙ୍କୁ 1 ଲକ୍ଷ 13 ହଜାର 500 ଟଙ୍କା ଫାଇନ କାଟିଛି ପରିବହନ ବିଭାଗ । ଏଭଳି ଘଟଣା ଘଟିଛି ରାୟଗଡା ସଦର ମହକୁମା ଡିଆଇବି ଛକରେ ।
ସୂଚନାଅନୁଯାୟୀ, ଗତକାଲି ଯାଞ୍ଚ ଚାଲିଥିବାବେଳେ ରାୟଗଡ଼ାରେ ଜଣେ ଡ୍ରମ ବୁଲା ବିକାଳୀ ହାବୁଡରେ ପଡିଥିଲେ । ସେ ମଧ୍ୟପ୍ରଦେଶର ଜଣେ ଡ୍ରମ ବିକାଳୀ । ଦୀର୍ଘ ଏକ ମାସ ଧରି ନୂଆ ମଟର ସାଇକୋଲ ବିନା ରେଜିଷ୍ଟ୍ରେସନ୍ରେ ବ୍ୟବହାର କରୁଥିଲେ । ଆଞ୍ଚଳିକ ପରିବହନ ବିଭାଗ ଯାଞ୍ଚ ଚାଲିଥିବା ବେଳେ ଗାଡି ଚାଳକ ପ୍ରକାଶ ବନଜାରା ହେଲମେଟ ପିନ୍ଧି ନଥିଲେ ଓ ପାଖରେ କୌଣସି ସରକାରୀ ଗାଡି କାଗଜପତ୍ର ନଥିବାରୁ ମଧ୍ୟପ୍ରଦେଶ ରାଜ୍ୟରେ ଥିବା ମଟରସାଇକେଲ ଡିଲର୍ ଙ୍କୁ 1ଲକ୍ଷ ଟଙ୍କା ଜରିମାନା ପକାଇଛନ୍ତି ।ପରିବହନ ବିଭାଗର ଯାଞ୍ଚରେ ଧରା ପଡ଼ିବା ପରେ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଲାଇବା, ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ ନ ଥିବା ଏବଂ ହେଲମେଟ୍ ପିନ୍ଧିନଥିବା କାରଣରୁ ୧ ଲକ୍ଷ ୧୩ ହଜାର ୫୦୦ ଟଙ୍କାର ଫାଇନ କଟାଯାଇଛି ।