ପେନସନ୍‌ ପାଇଁ ବୃଦ୍ଧାଙ୍କ ସଂଘର୍ଷ; ଏବେ ଘରେ ପହଞ୍ଚିବ ପେନସନ ଟଙ୍କା
Khabar Odisha:FM-Nirmala-Sitharaman-pulls-up-SBI-over-Odisha-womans-struggle-to-reach-bank-to-collect-pension
ଖବର ଓଡିଶା : 21/04/2023

ଭିଡିଓ ଭାଇରାଲ ହେବା ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦବେଗ ପ୍ରକାଶ କରିବା ପରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ଗ୍ରାମର ବୃଦ୍ଧା ସୂର୍ଯ୍ୟା ହରିଜନଙ୍କ ଘରେ ଆଜି ପହଞ୍ଚିଥିଲା ବ୍ୟାଙ୍କ ଟିମ୍। ପ୍ରଶାସନ ସୂର୍ଯ୍ୟାଙ୍କୁ ସମସ୍ତ ପ୍ରକାର ସହାୟତାର ହାତ ବଢ଼ାଇଛି । ତୁରନ୍ତ ୬ମାସର ପେନସନ୍ ଯୋଗାଇଦେବା ସହ ପେନସନ୍ ୫ଶହରୁ ୭ଶହ ଟଙ୍କା ବୃଦ୍ଧି କରାଯାଇଛି । ଏହାସହ ଗୋଟିଏ ହ୍ୱିଲ୍ ଚେୟାର ମଧ୍ୟ ପ୍ରଶାସନ ପକ୍ଷରୁ ବୃଦ୍ଧ ମହିଳାଙ୍କୁ ଯୋଗାଇ ଦିଆଯାଇଛି । ଏପରିକି ସପ୍ତାହକ ମଧ୍ୟରେ ଆବାସ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।

ସୂଚନା ଅନୁସାରେ, ସୂର୍ଯ୍ୟା ହରିଜନ ପେନସନ୍‌ ଗଣ୍ଡାକ ପାଇଁ ଏକ ଚେୟାରକୁ  ଆଶାବାଡ଼ି କରି ରାସ୍ତାରେ ଯାଉଥିବାର ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହେବା ପରେ ଭିଡିଓଟିକୁ ଦେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦବେଗ ପ୍ରକାଶ କରିଥିଲେ। ମାନବିକତା ଦୃଷ୍ଟିରୁ ଏହି ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି । ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି ? ଟ୍ୱିଟରରେ ଏଭଳି ପ୍ରଶ୍ନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ନିର୍ମଳାଙ୍କ ଟ୍ୱିଟର ପ୍ରଶ୍ନର ଉତ୍ତର ରଖି ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି ଯେ,ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା ଯେ, ତୁରନ୍ତ ସମ୍ପୃକ୍ତ ବୃଦ୍ଧାଙ୍କ ପେନସନ ଟଙ୍କା ପଇଠ କରାଯାଇଛି। ଆସନ୍ତା ମାସରୁ ତାଙ୍କ ଘରେ ଟଙ୍କା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ବୃଦ୍ଧାଙ୍କ ଟିପ ଚିହ୍ନ ନ ମିଶିବାରୁ ଏହି ସମସ୍ୟା ଉପୁଜିଥିଲା। ଆମେ ତାଙ୍କ କଷ୍ଟ ବୁଝିପାରି ତୁରନ୍ତ ତାଙ୍କ ସମସ୍ୟାର ସମାଧାନ କରିଛୁ l ସେପଟେ ଆଜି ଖବର ପ୍ରସାରଣ ପରେ ସୂର୍ଯ୍ୟା ହରିଜନଙ୍କ ପାଖରେ ପହଞ୍ଚିଛି ପ୍ରଶାସନ l 

Subscribe

National International State Sports Entertainment