ନୂଆଦିଲ୍ଲୀ: ମହାକାଶରେ ୮ ଦିନ ବଦଳରେ ୨୯୦ ଦିନ କାଟିଥିବା ସୁନୀତା ୱିଲିୟମସଙ୍କୁ ଦିଆଯିବ ଓଭର୍ ଟାଇମ୍ ର ଦରମା । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଯଦି ହେବ ନିଜ ପକେଟରୁ ଏହି ଦରମା ଦେବାକୁ ପ୍ରସ୍ତୁତ ଅଛି ବୋଲି ଟ୍ରମ୍ପ କହିଛନ୍ତି ।
ଟ୍ରମ୍ପ ସାମ୍ବାଦିକଙ୍କ ସହିତ ଆଲୋଚନାବେଳେ କହିଛନ୍ତି ମହାକାଶରେ ସୁନୀତା ୱିଲୟମ୍ସ ଏବଂ ବୁଚ୍ ୱିଲମୋର ଅଧିକ ଦିନ ରହିଥିବାରୁ ସେମାନଙ୍କୁ ଓଭର୍ ଟାଇମ୍ ମିଳିବ । ଯଦି ବ୍ୟକ୍ତିଗତ ଫଣ୍ଡରୁ ଦେବାକୁ ପଡ଼େ ତାହା ହେଲେ ଦେବାକୁ ସେ ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ଏଲନ୍ ମସ୍କଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି । ଭାବନ୍ତୁ ସେ ଯଦି ନ ଥାଆନ୍ତେ ତାହା ହେଲେ କଣ ହୋଇଥାଆନ୍ତା ।
ସୁନୀତା ମଧ୍ୟ ନାସା ପକ୍ଷରୁ ମାସିକ ଦରମା ପାଆନ୍ତି । ନାସାର ନିୟମ ଅନୁସାରେ ସପ୍ତାହକୁ ମାତ୍ର ୪୦ ଘଣ୍ଟା କରିବାକୁ ପଡ଼ିଥାଏ । କିନ୍ତୁ ଓଭର୍ ଟାଇମ୍, ୱିକେଣ୍ଡ୍ ଏବଂ ଛୁଟି ପାଇଁ କୌଣସି ଅତିରିକ୍ତ ଦରମା ମିଳି ନ ଥାଏ । ନାସା ଗାଡ଼ି, ରହିବା ଓ ଖାଇବା ଖର୍ଚ୍ଚ ଉଠାଇଥାଏ । ସୁନୀତାଙ୍କୁ ଜିଏସ୍-୧୫ ଗ୍ରେଡ୍ ଅନୁସାରେ ଦରମା ମିଲିଥାଏ । ତାଙ୍କର ବାର୍ଷିକ ଦରମା ପ୍ରାୟ ୧୫୨,୨୫୮ ଡଲାର ଅର୍ଥାତ୍ ୧ କୋଟି ୨୬ ଲକ୍ଷ ଟଙ୍କା ।
ଅନ୍ୟପକ୍ଷରେ ସୁନୀତା ଏବଂ ବୁଚଙ୍କର ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କର ଶାରୀରିକ କ୍ଷେତ୍ରରେ ପରିବର୍ତ୍ତନ ହୋଇଛି । ତେଣୁ ମାଧ୍ୟକର୍ଷଣ ଶକ୍ତିରେ ଚଳପ୍ରଚଳ କରିବାକୁ ସେମାନଙ୍କୁ କିଛି ଦିନ ସମୟ ଲାଗିପାରେ ।