ପଞ୍ଜାବ: ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ 2 ପାକିସ୍ତାନୀ ଅନୁପ୍ରବେଶକାରୀ
Khabar Odisha:pakistani-intruder-was-shot-dead-by-bsf-at-international-border-in-punjab
ନୂଆଦିଲ୍ଲୀ, ଜାନୁଆରୀ 15 (ଖବର ଓଡିଶା) :

ପଞ୍ଜାବର ଭାରତ-ପାକିସ୍ତାନର ଅନ୍ତର୍ଜାତୀୟ ସୀମାରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ   ପାକିସ୍ତାନୀ ଅନୁପ୍ରବେଶକାରୀ ଅନ୍ତର୍ଜାତୀୟ ସୀମାରେ ଅନୁପ୍ରବେଶ କରିଥିଲେ   ସୀମାରେ ସଜାଗ ଥିବା ସୁରକ୍ଷା ବାହିନୀଙ୍କ ଗୁଳିରେ ଏହି 2 ଅନୁପ୍ରବେଶକାରୀ ନିହତ  

ସୂତ୍ର ଅନୁଯାୟୀ, ଭାରତ-ପାକିସ୍ତାନର ଅନ୍ତର୍ଜାତୀୟ ସୀମାର ଅଜନାଲାର କୋଟ ରଜଡା ସୀମାରେ ଥିବା ବାଡ଼ ନିକଟରେ ଗତକାଲି ସନ୍ଧ୍ୟାରେ କିଛି ପାକିସ୍ତାନୀ ଅନୁପ୍ରବେଶକାରୀ ଲୁଚି ରହିଥିବା ଭାରତୀୟ ସୁରକ୍ଷାକର୍ମୀ ଖବର ପାଇଥିଲେ  । ଏହାପରେ ସର୍ଚ୍ଚ ଅପରେସନ ଜାରି ହୋଇଥିଲା  । ସୁରକ୍ଷାକର୍ମୀ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଚେତାବନୀ ଦେଇଥିଲେ  । ତଥାପି ବିପଦ ଥିବାରୁ ରାତି ପ୍ରାୟ 8.30 ସମୟରେ ସୁରକ୍ଷାକର୍ମୀ ଗୁଳି ଚଳାଇଥିଲେ  । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି 

 

  • Tags:

Subscribe

National International State Sports Entertainment