ଆହୁରି ଖରାପ ସ୍ଥିତି ସୃଷ୍ଟି କଲାଣି କରୋନା, ଲାଗୁ ହେବ ଲକଡାଉନ
Khabar Odisha:lockdown-mandatory-in-covid-situation
ନୂଆଦିଲ୍ଲୀ, ନଭେମ୍ବର ୨୧(ଖବର ଓଡିଶା):

ୟୁରୋପରେ ଖରାପ ସ୍ଥିତି ସୃଷ୍ଟି କଲାଣି କରୋନା । ଆସନ୍ତା ସୋମବାର ଠାରୁ ଦେଶବ୍ୟାପୀ ଜାରି ହେବ ଲକଡାଉନ । ଦେଶରେ କରୋନା ସ୍ଥିତି ଗମ୍ଭୀର ହେଉଥିବାରୁ ଚତୁର୍ଥ ଥର ଲାଗି ଦେଶବ୍ୟାପୀ ଲକଡାଉନ କରିବା ଲାଗି ସରକାର ଘୋଷଣା କରିଛନ୍ତି । ଚତୁର୍ଥ ଓ ପଞ୍ଚମ ଲହର ୟୁରୋପର ଅଧିକାଂଶ ଦେଶରେ ଜାରି ରହିଥବା ବେଳେ ଅଷ୍ଟ୍ରିଆରେ ସ୍ଥିତି ସବୁଠାରୁ ଗମ୍ଭୀର ରହିଛି । 

ତେବେ ଦେଶରେ ବର୍ତ୍ତମାନ ପ୍ରତି ଏକ ଲକ୍ଷ ଲୋକରେ ୯୯୧ ଜଣ ଲୋକ ସଂକ୍ରମିତ ହେଉଛନ୍ତି । ଯାହାକି ଚିନ୍ତାର ବିଷୟ ଅଟେ । ସେଥିପାଇଁ ସେଠାରେ ଲକଡାଉନ ଅଧିକ କଠୋର ହେବାର ସମ୍ଭାବନା ରହିଛି । ସେଠାକାର ସରକାର କହିଛନ୍ତି ଯେ କୋଭିଡକୁ ନିୟନ୍ତ୍ରଣ କରିବା ପାଇଁ ଏହି ଲକଡାଉନ ହେଉଛି ଏକମାତ୍ର ଉପାୟ । ଆଉ ସମସ୍ତଙ୍କୁ ତୁରନ୍ତ ଟିକା ନେବାକୁ ସେ ପରାମର୍ଶ ଦେଇଛନ୍ତି । 

ଅନ୍ୟପଟେ ଶୀତ ଋତୁରେ ଏହି ସଂକ୍ରମଣ ଅଧିକ ବ୍ୟାପୁଥିବାରୁ ଏହି ଲକଡାଉନ ଜାରି କରାଯିବ । ସେପଟେ ନେଦରଲ୍ୟାଣ୍ଡରେ ବି ଆଂଶିକ ଲକଡାଉନ କରାଯାଇଛି । ତେବେ ଜର୍ମାନୀରେ ଚତୁର୍ଥ ଲହରୀ ଜାରି ରହିଥିବା ବେଳେ ଫ୍ରାନ୍ସରେ ବି ପଞ୍ଚମ ଲହରୀ ଜାରି ରହିଛି । ପୂର୍ବ ତୁଳନାରେ ଜର୍ମାନୀରେ ସ୍ଥିତି ଅତି ସାଘାଂତିକ ହୋଇଛି । 

  • Tags:

Subscribe

National International State Sports Entertainment