ଆମେରିକାରେ ପୁଣି ଥରେ ଗୁଞ୍ଜି ଉଠିବ ମୋଦୀ-ମୋଦୀ, କାର୍ଯ୍ୟକ୍ରମ ପାଇଁ ୪୦ ହଜାର ଲୋକ କରି ସାରିଲେଣି ବୁକିଂ
Khabar Odisha:international-odisha-howdy-modi-pm-modi-address-in-houston-on-september-22
ନୂଆଦିଲ୍ଲୀ,ଅଗଷ୍ଟ୧୩(ଖବର ଓଡ଼ିଶା):

 ଆମେରିକାରେ ପୁଣି ଥରେ ମୋଦୀ-ମୋଦୀ ଗୁଞ୍ଜି ଉଠିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ପାଇଁ ଏ  ପର୍ଯ୍ୟନ୍ତ ୪୦ ହଜାର ଲୋକ ନିଜର ନାମ ପଞ୍ଜୀକରଣ କରି ସାରିଛନ୍ତି। ଏହି କାର୍ଯ୍ୟକ୍ରମ ଟେକ୍ସାସ ଇଣ୍ଡିଆ ଫୋରମ ପକ୍ଷରୁ ସେପ୍ଟେମ୍ବର ୨୨ରେ ଏନଆରଜି ଷ୍ଟାଡିୟମରେ ଆୟୋଜନ ହେବ। ଏହି ଷ୍ଟାଡିୟମ ଫୁଟବଲ ମ୍ୟାଚ୍ ପାଇଁ ପରିଚିତ। ଏହାର କ୍ଷମତା ୫୦ ହଜାର ଦର୍ଶକଙ୍କ ବସିବା ପରି ରହିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ହଜାର ସ୍ଵେଚ୍ଛାସେବୀ ଓ ୬୫୦ ସଂଗଠନ ଲାଗି ପଡ଼ିଛନ୍ତି।

ଏହି କାର୍ଯ୍ୟକ୍ରମକୁ ଆଉ କିଛି ସମୟ ବାକି ରହିଛି। ତେଣୁ ଅନୁମାନ କରାଯାଉଛି ଯେ ୫୦ ହଜାର ବୁକିଂ ହୋଇଯିବ। ଖାସ୍ କଥା ଏହା ଯେ କାର୍ଯ୍ୟକ୍ରମରେ ପ୍ରବେଶ ଶୁଳ୍କ ନାହିଁ ମାତ୍ର ଏଥିପାଇଁ ପାସ୍ ନେବା ଜରୁରୀ। 

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୦ ରୁ ୨୩ ମଧ୍ୟରେ ମିଳିତ ଜାତିସଂଘର ମହାସଭାର ବୈଠକରେ ଯୋଗ ଦେବା ପାଇଁ ଆମେରିକା ଯିବେ। ଏହି ସମୟରେ ସେପ୍ଟେମ୍ବର ୨୨ରେ ‘ହାଉଡି ମୋଦୀ’ ସମ୍ମିଳନୀର ଯୋଜନା ଟେକ୍ସାସ ଇଣ୍ଡିଆ ଫୋରମ ପକ୍ଷରୁ ପ୍ରସ୍ତୁତ କରାଯାଇଛି।

ହାଉଡି ହାଓ ଡୁ ୟୁ ଡୁର ସଂକ୍ଷିପ୍ତ ନାମ। ଯାହାର ଅର୍ଥ ଆପଣ କେମିତି ଅଛନ୍ତି। ଏହି ସମ୍ମିଳନୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହେବ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜଲଓ୍ଵା ପୂରା ଦୁନିଆର ଆମେରିକାର ମେଡିସିନ ସ୍କୋୟାରରେ ଦେଖିଥିଲା। ସେହି ସମୟରେ ମୋଦୀ ହଜାର ସଂଖ୍ୟକ ଲୋକଙ୍କୁ ସମ୍ବୋଧିତ କରିଥିଲେ।

Subscribe

National International State Sports Entertainment