ଗତ କିଛି ଦିନ ତଳେ ଆମେରିକାର ଏକ ଜଳପ୍ରପାତରେ ହଠାତ୍ ଖସିପଡିବା ପରେ ଆନ୍ଧ୍ରପ୍ରଦେଶର ଛାତ୍ର ଜି ସାଇ ସୂର୍ଯ୍ୟ ଅବିନାଶଙ୍କର ମୃତ୍ୟୁ ଘଟିଛି। ପରିବାରରେ ଶୋକର ଛାୟା ଖେଳିଯାଇଥିବାବେଳେ ପରିବାର ଲୋକେ ସାଇଙ୍କ ମୃତଦେହ ଭାରତକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି।
ପୂର୍ବ ଗୋଦାବରୀ ଜିଲ୍ଲାର ଚିତାଲିଆର ଆସିଥିବା ଅବିନାଶ, ଜୁଲାଇ ୭, ଶନିବାର ନ୍ୟୁୟର୍କର ଆଲବାନି ସ୍ଥିତ ବାର୍ବରବିଲେ ଜଳପ୍ରପାତରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ବୋଲି ନ୍ୟୁୟର୍କର କନସୁଲେଟ୍ ଜେନେରାଲ କହିଛନ୍ତି। କନସୁଲେଟ୍ ମଙ୍ଗଳବାର ଟ୍ୱିଟରରେ ଏକ ପୋଷ୍ଟରେ କହିଛନ୍ତି ଯେ, ଜୁଲାଇ ୭ ରେ ନ୍ୟୁୟର୍କର ଆଲବାନି ସ୍ଥିତ ବାର୍ବରବିଲେ ଜଳପ୍ରପାତରେ ବୁଡ଼ିଯାଇଥିବା ଟ୍ରାଇନ୍ ୟୁନିଭରସିଟି ଛାତ୍ର ସାଇ ସୂର୍ଯ୍ୟ ଅବିନାଶଙ୍କ ମୃତ୍ୟୁରେ ଆମେ ଅତ୍ୟନ୍ତ ଦୁଃଖିତ। ମୃତ ଛାତ୍ରଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ସମବେଦନା ଜଣାଇ କନସୁଲେଟ୍ କହିଛନ୍ତି ଯେ ଅବିନାଶଙ୍କ ମୃତଦେହକୁ ଭାରତକୁ ଫେରାଇ ଆଣିବା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ।
ଅବିନାଶଙ୍କ ମାମୁଁ ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲକୁ କହିଥିଲେ ଯେ, ସେ ୧୮ ମାସ ପୂର୍ବରୁ ଆମେରିକା ଯାଇଥିଲେ । ଏହା ସହ କିଛି ଦିନରେ ଅବିନାଶଙ୍କ ଏମଏସ ପାଠ୍ୟକ୍ରମ ଶେଷ ହୋଇଥାନ୍ତା। ସେ ନିଜ ସାଙ୍ଗମାନଙ୍କ ସହିତ ଜଳପ୍ରପାତକୁ ଯାଇଥିଲେ, କିନ୍ତୁ ହଠାତ୍ ଜଳପ୍ରପାତରେ ପଡ଼ିଯାଇଥିଲେ । ତେଲୁଗୁ ଆସୋସିଏସନ୍ ଅଫ୍ ଉତ୍ତର ଆମେରିକା ଶୋକ ପ୍ରକାଶ କରିବା ସହ କହିଛନ୍ତି ଯେ ଅବିନାଶଙ୍କ ମୃତ ଦେହ ମିଳି ସାରିଛି ଏବଂ ଶୁକ୍ରବାର ସୁଦ୍ଧା ଚିତ୳୲ଲାରେ ପହଞ୍ଚିବାର ସମ୍ଭାବନା ରହିଛି।
ଅଧିକ ପଢନ୍ତୁ : ବରଫ ପାହାଡ଼ରେ ହୋଇଥିଲେ ନିଖୋଜ, ୨୨ ବର୍ଷ ପରେ ମିଳିଲା ମୃତଦେହ