ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀକୁ ନେଇ ଭାରତ କାନାଡ଼ାକୁ ଘେରିଛି । ଦୀର୍ଘ ୪୦ ବର୍ଷ ମଧ୍ୟରେ ନିଜ ମାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ, ଯାହା ଭାରତ ବିରୋଧୀ ଉଗ୍ରବାଦକୁ ପ୍ରୋତ୍ସାହିତ କରିଛି । ଆତଙ୍କବାଦୀଙ୍କୁ ରୋକିବାରେ କାନାଡ଼ା ସମ୍ପୂର୍ଣ୍ଣ ବିଫଳ । କାନାଡାରେ ଭାରତର ଉଚ୍ଚ ଆୟୁକ୍ତ ଦିନେଶ ପଟ୍ଟନାୟକ ଖଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଏଭଳି କଠୋର ନିଶାଣ କରିଛନ୍ତି ।
ଭାରତର ହାଇକମିଶନର ଦିନେଶ ପଟ୍ଟନାୟକ କାନାଡ଼ାରୁ ସ୍ଥାନୀୟ ଗଣମାଧ୍ୟମ ସିବିସିରେ ଏକ ସାକ୍ଷାତକାରରେ ଉପସ୍ଥାପକ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାକୁ ନେଇ ବାରମ୍ବାର ଭାରତକୁ ଟାର୍ଗେଟ୍ କରି ପ୍ରଶ୍ନ କରିଥିଲେ । ସିବିସି ଆଙ୍କର ବାରମ୍ବାର କହିଥିଲେ ଯେ କାନାଡା ଗୁଇନ୍ଦା ଏବଂ ପୋଲିସ ପାଖରେ ଭାରତୀୟ ଏଜେଣ୍ଟମାନଙ୍କ ସହ ଜଡିତ "ବିଶ୍ୱସନୀୟ ସୂଚନା" ଅଛି, କିନ୍ତୁ ପଟ୍ଟନାୟକ ଏହାକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । ନିଜ୍ଜରଙ୍କ ହତ୍ୟା ସମ୍ପର୍କରେ, ପଟ୍ଟନାୟକ ପଚାରିଥିଲେ, ପ୍ରମାଣ କେଉଁଠି ଅଛି ? ଏଗୁଡ଼ିକ କେବଳ ଅଭିଯୋଗ, ଏହା ପଛରେ କୌଣସି ପ୍ରମାଣ ନାହିଁ । ଦୋଷ ଲଦିବା ସହଜ ବୋଲି ସେ କହିଥିଲେ ।
ଶ୍ରୀଯୁକ୍ତ ପଟ୍ଟନାୟକ କାନାଡା ଆଡ଼କୁ ଆଙ୍ଗୁଳି ଉଠାଇ କହିଛନ୍ତି ଯେ ଯେତେବେଳେ ଭାରତ କାନାଡାରେ କାର୍ଯ୍ୟ କରୁଥିବା ଆତଙ୍କବାଦୀଙ୍କ ବିଷୟରେ ସୂଚନା ପ୍ରଦାନ କରେ, ସେତେବେଳେ କାନାଡା ପକ୍ଷ ପ୍ରମାଣର ଅଭାବକୁ ଦର୍ଶାଇଥାଏ । କିନ୍ତୁ ଯେତେବେଳେ କାନାଡା ଭାରତକୁ ଅଭିଯୋଗ କରେ, ସେତେବେଳେ ପ୍ରମାଣ ବିନା ବିଶ୍ୱାସ କରିବାକୁ ଆଶା ରଖିଥାଏ ।
ଉଚ୍ଚ ଆୟୁକ୍ତ ୧୯୮୫ ମସିହାରେ ହୋଇଥିବା ଏୟାର ଇଣ୍ଡିଆ ବିସ୍ଫୋରଣ ବିଷୟକୁ ଉପସ୍ଥାପନ କରିଥିଲେ, ଯେଉଁଥିରେ ୩୨୯ ଜଣଙ୍କର ମୃତ୍ୟୁ ହୋଇଥିଲା। ସେ କହିଥିଲେ, "ଏହି ଆକ୍ରମଣର ତଦନ୍ତ ଆଜି ପର୍ଯ୍ୟନ୍ତ କିଛି ଫଳ ପାଇନାହିଁ । କାନାଡାରେ ୪୦ ବର୍ଷ ଧରି ଆତଙ୍କବାଦ ଉପରେ ଆଲୋଚନା ହୋଇଛି, କିନ୍ତୁ କାହାକୁ ଦଣ୍ଡ ଦିଆଯାଇନାହିଁ ।"ସେ କାନାଡ଼ାର ଏଭଳି ଦୋମୁହାଁ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ।
ସେହିପରି ସାକ୍ଷାତକାରରେ ଉପସ୍ଥାପକ ଭାରତ ସରକାରଙ୍କ ଉପରେ ବିଶ୍ୱାସର ଅଭାବର ପ୍ରସଙ୍ଗ ଉଠାଇଥିଲେ, କିନ୍ତୁ ପଟ୍ଟନାୟକ ସ୍ପଷ୍ଟ ଭାବରେ କହିଥିଲେ ଯେ ଭାରତ ସରକାର ଏପରି କାର୍ଯ୍ୟକଳାପରେ ଲିପ୍ତ ନୁହଁନ୍ତି । ଯଦି ପ୍ରମାଣ ଆଧାରରେ କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଭାରତ ନିଜେ କାର୍ଯ୍ୟାନୁଷ୍ଠାନ ନେବ। ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଭାରତର ବିଚ୍ଛିନ୍ନତାବାଦୀ ଜନମତ ସହିତ କୌଣସି ସମସ୍ୟା ନାହିଁ, କିନ୍ତୁ ଯେଉଁମାନେ ଭାରତରେ ଅପରାଧୀ କିମ୍ବା ବିଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଛନ୍ତି ସେମାନଙ୍କ ସହିତ।