ଆମେରିକା ସ୍କୁଲରେ ଗୁଳିକାଣ୍ଡ । ଏଭଳି ଗୁଳିକାଣ୍ଡରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲାବେଳେ ୫ ଜଣଙ୍କ ଗୁରୁତର ଅବସ୍ଥା ହୋଇଛି । ଗୁରୁତର ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶୀତ ଛୁଟି ପରେ ସ୍କୁଲ ଖୋଲିଥିଲା । ଏହି ସମୟରେ ଘଟିଥିଲା ଗୁଳିକାଣ୍ଡ ।
ସୂଚନା ଅନୁଯାୟୀ, ଆମେରିକାର ପେରି ଅନ୍ତର୍ଗତ ଲୋୟା ସହରର ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ଶୀତ ଛୁଟି ପରେ ସ୍କୁଲ ଖୋଲିଥିଲା । ସ୍କୁଲ ଖୋଲିବାର ପ୍ରଥମ ଦିନରେ ପିଲା ମାନେ ଖୁସି ଖୁସିରେ ସ୍କୁଲକୁ ଯାଇଥିଲେ ।କିନ୍ତୁ ହଠାତ କିଛି ଦୁର୍ବୁତ୍ତ ଆସି ସ୍କୁଲ ଭିତରେ ଗୁଳିକାଣ୍ଡ ଆରମ୍ଭ କରିଦେଇଥିଲେ । ଏହା ଦେଖି ସମସ୍ତ ଛାତ୍ରଛାତ୍ରୀ ସମେତ ଶିକ୍ଷକମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ । ଏହି ଗୁଳିକାଣ୍ଡରେ ଜଣେ ନିରୀହ ପିଲାର ଜୀବନ ଚାଲିଯାଇଛି ।ଏଥିସହ ୫ ଜଣ ପିଲାଙ୍କ ଅବସ୍ଥା ଗୁରୁତର ହୋଇଯାଇଛି । ଏନେଇ ପୋଲିସ ତାର ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ :ମୃତ୍ୟୁ ମୁହଁରୁ କିପରି ବଞ୍ଚିଲା ଏତେ ଜୀବନ !