ଜାନୁଆରୀ ୨ରେ ହୋଇଥିବା ଜାପାନର ବିମାନ ଦୁର୍ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତୀ ଯାଇଛି ୩୭୯ଟି ଜୀବନ। ଗତ ମଙ୍ଗଳବାର ଦିନ ଟୋକିଓର ହାନେଡା ବିମାନ ବନ୍ଦରରେ କୋଷ୍ଟଗାର୍ଡ ବିମାନ ଓ ଯାତ୍ରୀବାହୀ ବିମାନ ମଧ୍ୟରେ ଧକ୍କା ହେଵା ଯୋଗୁ ଯାତ୍ରୀବାହୀ ବିମାନଟି ସମ୍ପୂର୍ଣ ଭାବେ ଜଳି ଯାଇଥିଲାା ତେବେ ଏହି ଚମତ୍କାର ଘଟଣାର ସମସ୍ତ ଶ୍ରେୟ ହେଉଛି କୋଷ୍ଟ ଗାର୍ଡରେ ଥିବା ସମସ୍ତ କୃ ମେମ୍ବର ମାନଙ୍କର।
ସୂଚନାଯୋଗ୍ୟ ଯେ, ସେଦିନ ଦୁର୍ଘଟଣାଗ୍ରସ୍ଥ ହେଵା ଆଗରୁ ଯାତ୍ରୀ ମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ କଣ କରିବା କଥା ସେକଥା ଭିଡିଓ ମାଧ୍ୟମରେ ଦେଖା ଯାଇଥିଲା। ପ୍ରଥମେ ଜୀବନ ଓ ପରେ ନିଜ ଆସବାବପତ୍ର କଥା ଚିନ୍ତା କରିବା ପାଇଁ କୁହା ଯାଇଥିଲା। ତେବେ ସେଦିନ ଦୁର୍ଘଟଣା ଘଟିବା ପରେ କୃ ମେମ୍ବର ମାନେ ଧିରସ୍ଥିର ଭାବେ ଚତୁରତାର ସହ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ୯୦ ସେକେଣ୍ଡ ମଧ୍ୟରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରିଥିଲେ। କୃ ମେମ୍ବର ଓ ଯାତ୍ରୀ ମାନଙ୍କ ସଠିକ ଆଚରଣ ଯୋଗୁଁ ୩୭୯ଟି ଜୀବନ ବଂଚିଯାଇଥିଲା। ଉଦ୍ଧର କାର୍ଯ୍ୟ କରିବା ପାଇଁ ବିମାନର ୩ ଏମରଜେନ୍ସି ସ୍ଲାଇଡସ ଓ ୫ଟି ଏଗଜିଟ ଡୋର ଖୋଲାଯାଇଥିଲା। ବିମାନ ଧୂଆଁରେ ଭରିବା ଆଗରୁ ସମସ୍ତ ଯାତ୍ରୀ ଉଦ୍ଧାର ହୋଇଥିଲେ।। କିନ୍ତୁ କୋଷ୍ଟ ଗାର୍ଡ ବିମାନର ସମସ୍ତ ୬ ଜଣ ମେମ୍ବରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ଅଧିକ ପଢନ୍ତୁ : ଲୋହିତ ସାଗରରେ ରେଡ ଆଲର୍ଟ