ୟେମେନର ହୂତି ବିଦ୍ରୋହୀଙ୍କ ଉତ୍ପାତରେ ଅଶାନ୍ତ ହୋଇଥିବା ଲୋହିତ ସାଗରରେ ଏବେ ହାଇ ରେଡ ଆଲର୍ଟ ଜାରି କରା ଯାଇଛି। ଗାଜାରେ ପାଲେଷ୍ଟାନୀୟଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିଉତ୍ତରରେ ହୂତି ମାନେ ବିଦ୍ରୋହ କରି ଏହାର ଜବାବ ଦେବାପାଇଁ ଲୋହିତ ସାଗରରେ ଯାତାୟାତ କରୁଥିବା ଜାହାଜ ଗୁଡିକ ଉପରେ ଡ୍ରୋନ ମାଡ ଓ ମିସାଇଲ ମାଡ କରି ନଷ୍ଟ କରୁଛନ୍ତି। ଏଥି ପାଇଁ ବିଶ୍ୱ ବାଣିଜ୍ୟିକ କାରବାରରେ ଗଭୀର ପ୍ରଭାବ ପଡୁଛି।
ହୂତିମାନେ ଏକ ପ୍ରକାର ଲୋହିତ ସାଗରକୁ ନିଜ କବ୍ଜାକୁ ନେଇ ସାରିଲେଣି କହିଲେ ଚଳେ। ହୂତି ମାନଙ୍କର ଏହିଭଳି କାର୍ଯ୍ୟକଳାପ ପାଇଁ ଆମେରିକା ସମେତ ୧୨ ସହଯୋଗୀ ଦେଶ ବୁଧବାର ଦିନ ଅନ୍ତିମ ଚେତାବନୀ ଦେଇଛନ୍ତି। ଆକ୍ରମଣ ବନ୍ଦ ନ ହେଲେ ଆଗକୁ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମେରିକାର ଜଣେ ପ୍ରଶାସନିକ ବିଭାଗର ଜଣେ ବରିଷ୍ଠ ଅଧିକାରୀ।
ହୂତି ବିଦ୍ରୋହୀଙ୍କ ହମଲା ପାଇଁ ବିଶ୍ୱ ସ୍ଥରରେ ଉତ୍ତେଜନା ବଢ଼ୁଥିବାରୁ ବୁଧବାର ଦିନ ଆମେରିକା ସମେତ ଅନ୍ୟ ୧୨ ସହଯୋଗୀ ଦେଶ ଏକ ଭାଗୀଦାରୀ ବୟାନ ଜାରି କରାଯାଇଛି। ଏହି ବୟାନ ଉପରେ ଆମେରିକା,ଅଷ୍ଟ୍ରେଲିଆ, ବାହାରିନ, ବେଲିଜିୟମ, ବ୍ରିଟେନ, କାନାଡ଼ା, ଡେନମାର୍କ, ଜର୍ମାନୀ, ଜାପାନ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଇଟାଲୀ ଓ ସିଙ୍ଗାପୁର ଆଦି ଦେଶର ହସ୍ତାକ୍ଷର ରହିଛି। ବୟାନରେ କୁହ ଯାଇଛି ଯେ, ଯଦି ଏହି ଆକ୍ରମଣ ପ୍ରତ୍ୟାହାର ନହୁଏ ତେବେ ଏହାର ପରିଣାମ ବହୁତ ଭୟାବହ ହେବ ଓ ସେଠି ପାଇଁ କେବଳ ହୂତି ବିଦ୍ରୋହୀ ମାନେ ଦାୟୀ ରହିବେ।
ଅଧିକ ପଢନ୍ତୁ : ଇରାନ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ଛୁଇଁଲା ୧୦୩