ଭୟାବହ ବିସ୍ଫୋରଣରେ ଥରି ଉଠିଛି ସାରା ଇରାନ। ଲଗାଦାର ଦୁଇ ଦୁଇଟି ବିସ୍ଫୋରଣର ସାମ୍ନା କରିଛି ଇରାନ। ୨୦୨୦ ମସିହାରେ ଇରାନୀ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଜେନେରାଲ କାସିମ ସୁଲେମାନି ବାଗଦାଦ ବିମାନ ବନ୍ଦର ନିକଟରେ ଆମେରିକାର ଡ଼୍ରୋନ ଆକ୍ରମଣରେ ପ୍ରାଣ ହରାଇ ଥିଲା।
ମିଳିଥିବା ତଥ୍ୟ ଅନୁଯାୟୀ ଗତକାଲି ଘଟିଥିବା ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୩ରେ ପହଁଚିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଜେନେରାଲ କାସିମଙ୍କ ହତ୍ୟାର ବର୍ଷ ପୂର୍ତ୍ତି ପାଳନ ବେଳେ ଏପରି ଘଟିଛି। ଦକ୍ଷିଣ-ପୂର୍ବ ଇରାନର କେରମାନ ରେ ଥିବା ସାହେବ ଅଲ ଜମାନ ମସଜିଦରେ ଥିବା ସୁଲେମାନିଙ୍କ ସମାଧିସ୍ଥଳ ନିକଟକୁ ଯାଇଥିବା ରାସ୍ତାର ୨ଟି ସ୍ଥାନରେ ଆତଙ୍କବାଦୀମାନେ ବିସ୍ଫୋରକ ରଖି ରିମୋଟ ମାଧ୍ୟମରେ ଲଗାଦାର ଭାବେ ବିସ୍ଫୋରଣ କରିଥିବା ତଦନ୍ତରୁ ଜଣା ପଡିଛି। ଏହି ବିସ୍ଫୋରଣ ତୀବ୍ରତା ଅତ୍ୟଧିକ ଥିବାରୁ ବିସ୍ଫୋରଣ ସମୟରେ ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଂଚଳ କମ୍ପି ଉଠିଥିଲା। ଏହି ଖବର ପାଇ କେରମାନ ପ୍ରଦେଶର ରେଡ କ୍ରେସେନ୍ଟର ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବିସ୍ଫୋରକକାରୀ ସଂଗଠନର ଏପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳିନାହିଁ। ତେବେ ଏହି ଦୁଖଦଃ ଘଟଣାରେ ଏଯାବତ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଗକୁ ଆହୁରି ମଧ୍ୟ ବଢିପାରେ ବୋଲି କୁହା ଯାଉଛି।
ଅଧିକ ପଢନ୍ତୁ : ଜାରି ହେଲା ୨୦୨୪ ପାସପୋର୍ଟ ଇଣ୍ଡେକ୍ସ : ଜାଣନ୍ତୁ କିଏ କେତେ ମୋବିଲିଟି ସ୍କୋର ପାଇଛି