ଆଜି ହେଉଛି ବିଶ୍ୱ ଅଟିଜିମ୍ ଦିବସ। ପ୍ରତିବର୍ଷ ବିଶ୍ୱରେ ଏପ୍ରିଲ୍ ୨ତାରିଖକୁ ବିଶ୍ୱ ଅଟିଜିମ୍ ଦିବସ ଭାବେ ପାଳନ କରାଯାଏ। ଅଟିଜିମ୍ ହେଉଛି ଏକ ପ୍ରକାରର ରୋଗ ଯାହା ମସ୍ତିଷ୍କର କାର୍ଯ୍ୟ ପ୍ରଣାଳୀକୁ ପ୍ରଭାବିତ କରେ। ଏହି ରୋଗ ଲୋକମାନେ କଣ ଦେଖନ୍ତି, ଶୁଣନ୍ତି ସେଗୁଡ଼ିକ ଭଲକରି ବୁଝିବାକୁ ଏହା ବାଧା ଦେଇଥାଏ। ଆମ ଦେଶରେ ଏହି ରୋଗର ପରିମାଣ ବେଶ ଅଧିକ ଦେଖା ଦେଇଛି। ତେଣୁ ଏହି ଦିବସ ପାଳନ କରିବ ଦ୍ୱାରା ସମସ୍ତଙ୍କ ମଧ୍ୟରେ ସଚେତନତା ଜାରି ରହିଥାଏ।
ଅଟିଜିମ ହେଉଛି ଏକ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ରୋଗ। ଯାହା ସାଧାରଣତଃ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ। ଏହି ରୋଗରେ ସାମାଜିକ ସମ୍ପର୍କ ସ୍ଥାପନ, ଭାବର ଆଦାନ ପ୍ରଦାନ ଓ ଭାଷାର ପରିପ୍ରକାଶ ଆଦିରେ ଅସୁବିଧା ଦେଖାଯାଇଥାଏ। ଏପରିକି ଯେଉଁମାନେ ଏହି ରୋଗରେ ପୀଡିତ ଥାନ୍ତି ସେମାନେ ନିଜର ଭାବନାକୁ ଅନ୍ୟମାନଙ୍କୁ ସହଜରେ ବୁଝାଇ ପାରନ୍ତି ନାହିଁ। ଏପରିକି ଅଟିଜିମ୍ ରୋଗରେ ଲୋକମାନଙ୍କୁ ନାଁ ଧରି ଡାକିଲେ ସେମାନେ ଜାଣି ପାରନ୍ତି ନାହିଁ ଏବଂ ସେମାଙ୍କର ଭାଷାର ବିକାଶରେ ମଧ୍ୟ ଅସୁବିଧା ହୋଇଥାଏ। ଆମ ଦେଶରେ ଅଟିଜିମ୍ ରୋଗର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ସଚେତନତାର ଅଭାବ ରହିଛି। ତେଣୁ ଏଥିପାଇଁ ପ୍ରତିବର୍ଷ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସକୁ ପାଳନ କରାଯାଏ।