ଆଜିର ଦିନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ପ୍ରତିବର୍ଷ ଅକ୍ଟୋବର ୧ କୁ " ଆଜି ହେଉଛି ଅନ୍ତର୍ଜାତୀୟ ବୟସ୍କ ଦିବସ " ଭାବେ ପାଳନ କରାଯାଉଛି । ୧୯୯୦ ଡିସେମ୍ବର ୧୪ ତାରିଖରେ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ଅକ୍ଟୋବର ୧ କୁ " ଆଜି ହେଉଛି ଅନ୍ତର୍ଜାତୀୟ ବୟସ୍କ ଦିବସ " ଭାବରେ ପାଳନ କରିବା ନିମନ୍ତେ ଘୋଷଣା କରାଯାଇଥିଲା । ଏହି ଦିନ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି - ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ସେମାନଙ୍କର ଅତୀତ ଆବିଷ୍କାର କରିବାକୁ, ସେମାନଙ୍କ ବର୍ତ୍ତମାନକୁ ଗ୍ରହଣ କରିବାକୁ ଏବଂ ଭବିଷ୍ୟତ ପାଇଁ ଯୋଜନା କରିବାକୁ ଉତ୍ସାହିତ କରିବା । ଏହି ଦିନରେ ବରିଷ୍ଠ ନାଗରିକମାନଙ୍କର ଅବଦାନ, ଜ୍ଞାନ, ସମ୍ମାନ ଏବଂ ଆବଶ୍ୟକତାକୁ ସ୍ୱୀକାର କରିବା । ବୟସ୍କ ଲୋକମାନେ ସର୍ବଦା ଆମକୁ ସଠିକ ମାର୍ଗ ଦେଖିବା ସହିତ ଆମକୁ ସୁରକ୍ଷା ଦିଅନ୍ତି । ଜୀବନରେ ପ୍ରତ୍ୟେକ ଭୁଲ ଠିକର ବିଚାର ମଧ୍ୟ କରିଥାନ୍ତି । ଆମକୁ ଛୋଟରୁ ବଡ କରିବା ସହିତ ଆମର ସବୁ ଅଳି ସହିଥାନ୍ତି ।
ବାର୍ଦ୍ଧକ୍ୟ ଅବସ୍ଥା ହେଉଛି ପ୍ରାକୃତିକ ପରିବର୍ତ୍ତନର ପ୍ରକ୍ରିୟା ଯାହା ଶିଶୁଠାରୁ ଆରମ୍ଭ ହୋଇ ବୃଦ୍ଧାବସ୍ଥାରେ ଶେଷ ହୋଇଥାଏ । ୬୫ ବର୍ଷରୁ ବୃଦ୍ଧାବସ୍ଥାର ଆରମ୍ଭ ହୋଇଥାଏ । ବୟସ୍କ ଲୋକମାନଙ୍କର ଭୂମିକା ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୟସ୍କ ଲୋକମାନଙ୍କର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା । ଯେମିତି ଆଜିର ଦିନ ଠାରୁ ବୟସ୍କ ଲୋକମାନେ ଅବହେଳିତ ନ ହୁଅନ୍ତି ସେଥିପ୍ରତି ସମାଜରେ ବିଭିନ୍ନ ସଭା ସମିତିର ଆୟୋଜନ କରିବା । ଆଜିର ସମାଜରେ ବୟସ୍କ ଲୋକମାନେ ଅବହେଳିତ ହେଉଛନ୍ତି । ସେମାନଙ୍କର ବୟସ ବଢିବା ସଙ୍ଗେ ସଙ୍ଗେ ସେମାନେ ପରିବାର ଉପରେ ବୋଝ ହୋଇପଡୁଛନ୍ତି । ସେଥିପାଇଁ ପରିବାର ଲୋକ ତାଙ୍କୁ ଅବହେଳିତ କରିବା ସହିତ ବୃଦ୍ଧାଶ୍ରମରେ ଛାଡିଦେଇଥାନ୍ତି । ଶିଶୁଟି ବାଲ୍ୟବସ୍ଥାରେ ଯେଉଁ କାମସବୁ କରିଥାଏ ବୟସ୍କ ଲୋକ ବୃଦ୍ଧା ହେଲେ ସେହିସବୁ କାମ କରିଥାନ୍ତି । ବୃଦ୍ଧା ଲୋକ ଶିଶୁଙ୍କ ସହିତ ସମାନ । ସମୟର ଚକ୍ରରେ ସମସ୍ତେ ଦାଶ ।
ଆଜି ଯେଉଁମାନେ ନିଜ ସ୍ଥିତିକୁ ଦେଖି ବୟସ୍କ ଲୋକଙ୍କୁ ହଇରାଣ କରୁଛନ୍ତି । ଭବିଷ୍ୟତରେ ସେମାନେ ବି ବୃଦ୍ଧ ହେବେ । ସେମାନେ ଯେମିତି ନିଜ ବୟସ୍କ ବାପା ମାଙ୍କୁ ଅବହେଳା କରୁଛନ୍ତି ତାଙ୍କ ପିଲାମାନେ ବି ସେମାନଙ୍କୁ ସେମିତି ଅବହେଳା କରିବେ । କଥାରେ କୁହନ୍ତି, ଯେମିତି କର୍ମ, ସେମିତି ଫଳ । ଆଜି ନ ହେଲେ କାଲି ସମସ୍ତେ ନିଜ ନିଜ କର୍ମର ଫଳ ପାଇବେ । ଆଜିର ସମାଜରେ ଯେମିତି ବୟସ୍କ ଲୋକମାନେ ଅବହେଳିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବା । ବୟସ୍କ ଲୋକମାନଙ୍କର ଅତୀତରେ ଥିବା ସ୍ମୃତିକୁ ଆବିଷ୍କାର କରିବା, ସେମାନଙ୍କର ବର୍ତ୍ତମାନକୁ ସ୍ମରଣୀୟ କରିବା ସହିତ ଭବିଷ୍ୟତକୁ କିପରି ଭାବରେ ସୁନ୍ଦର କରିବେ ସେଥିପାଇଁ ସେମାନଙ୍କର ମନୋବଳକୁ ଦୃଢ କରିବା ।
ଆଗକୁ ପଢ଼ନ୍ତୁ : ଆଜି ହେଉଛି "ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ"