ଅର୍ଥନୀତିକ ସଙ୍କଟରେ ବିଶ୍ୱ । ଏନେଇ ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ନାଗୋଜି ଓକୋଞ୍ଜୋ ଇୱେଲା ଉଦବେଗ ପ୍ରକାଶ କରିଛନ୍ତି । ଯୁଦ୍ଧ ପାଇଁ ସଙ୍କଟ ଅଭିମୁକେ ଯାଉଛି ବିଶ୍ୱର ଅର୍ଥନୀତି । ବର୍ତ୍ତମାନ ବିଶ୍ୱରେ ଯୁଦ୍ଧ, ଅନିଶ୍ଚିତତା ଓ ଅସ୍ଥିରତା ବଢ଼ିବାରେ ଲାଗିଛି । ଯାହାଫଳରେ ବିଶେଷ ଭାବେ ବିଶ୍ୱର ଅର୍ଥବ୍ୟବସ୍ଥା ପ୍ରଭାବିତ ହେଉଛି । ଏଥିପାଇଁ ଚିନ୍ତାପ୍ରକାଶ କରିଛନ୍ତି ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ନାଗୋଜି ଓକୋଞ୍ଜୋ ଇୱେଲା ।
ପ୍ରଥମେ ଋଷ-ୟୁକ୍ରେନର ଭିତରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହାପରେ ଇସ୍ରାଏଲ-ହମାସ ଭିତରେ ମଧ୍ୟ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହି କାରଣରୁ ବିଶ୍ୱ ବଜାରରେ ଏହାର ପ୍ରଭାବ ପଡିଛି । ଅହେତୁକ ଭାବେ ବୃଦ୍ଧି ପାଇବାର ଲାଗିଛି ପେଟ୍ରୋଲ, ଡିଜେଲ ଖାଦ୍ୟ ଏବଂ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ । ଏଥିପାଇଁ ଅନେକ ଦେଶର ଅର୍ଥ ବ୍ୟବସ୍ଥା ତଳକୁ ଖସିବାର ଲାଗିଛି । ଏହାରିଭିତରେ ବିଶ୍ୱର ପାଖାପାଖି ୫୦ ପ୍ରତିଶତ ରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଯାହାଫଳରେ ବିଶ୍ୱ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିପାରେ ବୋଲି ଆଶଙ୍କା ରହିଛି । ଏବେଠାରୁ ଏହାକୁ ରୋକିବା ପାଇଁ ଆହ୍ୱାନ ଜଣାଇଛନ୍ତି ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ।
ଅଧିକ ପଢନ୍ତୁ :ଇତିହାସ ରଚିଲେ ମରିୟମ ନୱାଜ