ତୀର୍ଥଯାତ୍ରା ଉପରେ ହଟିଲା ପ୍ରତିବନ୍ଧକ, ଆସନ୍ତାକାଲିଠୁ ଆରମ୍ଭ ହେଉଛି ଚାରିଧାମ ଯାତ୍ରା
Khabar Odisha:The-ban-on-pilgrimage-has-been-lifted-with-the-Charidham-pilgrimage-starting-tomorrow
ଉତ୍ତରାଖଣ୍ଡ, ସେପ୍ଟେମ୍ବର ୧୭(ଖବର ଓଡିଶା):

ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେଉଛି ଚାରିଧାନ ଯାତ୍ରା । ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି । ତୀର୍ଥଯାତ୍ରା ଉପରେ ପ୍ରତିବନ୍ଧକ ହଟାଇବା ପାଇଁ ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । 

ଗୁରୁବାର ଦିନ କୋର୍ଟ ଚାରିଧାମ ଯାତ୍ରା ଉପରୁ ପ୍ରତିବନ୍ଧନ ହଟାଇ ଦେଇଛନ୍ତି । ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ ନେଇଛନ୍ତ, ସେମାନେ ନେଗେଟିଭ୍ ରିପୋର୍ଟ ଦେଖାଇ ଯାତ୍ରାରେ ସାମିଲ ହୋଇପାରିବେ । ଯାତ୍ରା ବେଳେ କରୋନା ନିୟମ କଡାକଡି ପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆଗନ୍ତୁକଙ୍କ ସଂଖ୍ୟାକୁ ମଧ୍ୟ ସୀମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଚାରିଧାନ ମଧ୍ୟରୁ କେଦରାନାଥକୁ ପ୍ରତିଦନ ୮୦୦ ଜଣ, ବଦ୍ରୀନାଥକୁ ୧୨୦୦, ଗଙ୍ଗୋତ୍ରୀକୁ ୬୦୦ ଓ ଯମୁନୋତ୍ରକୁ ୪୦୦ ଯାତ୍ରୀ ଦର୍ଶନ ଅନୁମତି ମିଳିବ । ଏଥିସହିତ ଯାତ୍ରୀଙ୍କୁ ମନ୍ଦିର ଆଖପାଖରେ ଥିବା ଝରମାରେ ସ୍ନାନ କରିବାକୁ ଅନୁମତି ଦିଆଯାିନାହିଁ । ଚାରିଧାନ ଯାତ୍ରା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି କୋର୍ଟ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି ।

  • Tags:

Subscribe

National International State Sports Entertainment