ଚାଇନାକୁ ତା’ନିଜ ଭାଷାରେ ଉତ୍ତର ଦେଲା ଭାରତୀୟ ସେନା ନୁଆଦିଲ୍ଲୀ, ଜାନୁଆରୀ ୦୪(ଖବର ଓଡିଶା): Share story: ମିଥ୍ୟା ପ୍ରଚାର ଚଲାଇଥିବା ଚୀନ୍କୁ ତାରି ଭାଷାରେ ଜବାବ ଦେଇଛି ଭାରତୀୟ ସେନା । ନୂଆ ବର୍ଷ ଅବସରରେ ଗଲୱାନ୍ ଉପତ୍ୟକାରେ ଭାରତୀୟ ସେନା ତ୍ରିରଙ୍ଗା ଉତ୍ତୋଳନ କରିଛି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଆଜି ଦୁଇଟି ଫଟୋ ପ୍ରକାଶ କରିଛି । ଯୋଉଁଥିରେ ଦେଖିବାକୁ ମିଳିଛି ଯେ ୩୦ ଭାରତୀୟ ସୈନିକ ନିଜ ଅସ୍ତ୍ରଶସ୍ତ୍ର ସହିତ ତ୍ରିରଙ୍ଗା ଉଡାଉଛନ୍ତି । ପୁର୍ବରୁ ଚୀନ୍ ଏକ ଭିଡିଓ ମଧ୍ୟ ପ୍ରକାଶ କରିଥିଲା ଯେଉଁଥିରେ ଚୀନ୍ର ସୈନିକ ମାନେ ଚାଇନାର ପତାକା ଉତ୍ତୋଳନ କରୁଛନ୍ତି ଏବଂ ଗଲୱାନ୍ରେ ନିଜ ଅଞ୍ଚଳରେ ଜାତୀୟ ସଂଗୀତ ଗାନ କରୁଛନ୍ତି ଏବଂ ଏହାର କ୍ୟାପସ୍ନରେ ଲେଖାଯାଇଥିଲା ୨୦୨୨ ର ପ୍ରଥମ ଦିନରେ, ଚାଇନାର ପତାକା ଗଲୱାନ୍ ଉପତ୍ୟକା ଉପରେ ଚମତ୍କାର ଭାବରେ ଝଲସୁଛି । ଭାରତୀୟ ସେନା ମଧ୍ୟ ଏହାର ଉତ୍ତର ଦେଇଛି । ବର୍ତ୍ତମାନ ଭାରତୀୟ ସେନା ମଧ୍ୟ ଦୁଇଟି ଫଟୋ ରିଲିଜ୍ କରିଛି। ଏହି ଫଟୋ ଗୁଡିକରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଭାରତୀୟ ସଶସ୍ତ୍ର ସ୍ୱସ୍ତନ୍ତ୍ର ସୈନିକମାନେ ସମ୍ପୂର୍ଣ୍ଣ ଉତ୍ସାହିତ ଦେଖାଯାଉଛନ୍ତି । ଏହାପୂର୍ବରୁ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଚୀନ୍ ସରକାର ନୂତନ ସୀମା ନିୟମ ଲାଗୁ ହେବାର ଦୁଇ ଦିନ ପୂର୍ବରୁ ଅରୁଣାଚଳ ପ୍ରଦେଶର ୧୫ ଟି ସ୍ଥାନର ମାନଚିତ୍ରରେ ନାମକରଣ କରିବାକୁ ଚେଷ୍ଟା କରିଛନ୍ତି। ଖବର ଓଡ଼ିଶା, Reporter, 04/01/2022