ଉଦୟପୁର: ସୁପ୍ରିମକୋର୍ଟ ଗୁରୁବାର ଦିନ ଦର୍ଜୀ କନହୈୟା ଲାଲ ହତ୍ୟା ମାମଲାର ଉପରେ ଆଧାରିତ ଚଳଚ୍ଚିତ୍ର 'ଉଦୟପୁର ଫାଇଲ୍ସ-କନହୈୟା ଲାଲ ଦର୍ଜୀ ହତ୍ୟା'ର ମୁକ୍ତିଲାଭ ଉପରେ ଚାଲିଥିବା ବିବାଦର ଶୁଣାଣି କରିବେ। ଏହି ଶୁଣାଣି ଦ୍ୱାରା ନିଷ୍ପତ୍ତି ନିଆଯିବ ଯେ ଚଳଚ୍ଚିତ୍ରଟି ସିନେମା ହଲରେ ମୁକ୍ତିଲାଭ କରିବ କି ଏହା ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି ରହିବ।
ଜୁଲାଇ ୧୬ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଚଳଚ୍ଚିତ୍ର ନିର୍ମାତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ପ୍ୟାନେଲର ସୁପାରିଶକୁ ଅପେକ୍ଷା କରନ୍ତୁ। କେନ୍ଦ୍ର ପ୍ୟାନେଲର ରିପୋର୍ଟରେ ଚଳଚ୍ଚିତ୍ରରେ ଛଅଟି କଟ୍ ସୁପାରିଶ କରିଛି। ସଲିସିଟର ଜେନେରାଲ ତୁଷାର ମେହତା କୋର୍ଟଙ୍କୁ କହିଥିଲେ ଯେ ଏହି ସୁପାରିଶ ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ପ୍ରତିବନ୍ଧକ ଧାରା ୧୯ ଅନୁଯାୟୀ ଅଭିବ୍ୟକ୍ତି ସ୍ୱାଧୀନତାକୁ ଉଲ୍ଲଂଘନ କରିବ।
ଚଳଚ୍ଚିତ୍ର ପ୍ରଯୋଜକ ଗୌରବ ଭାଟିଆ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା ସୁପାରିସ କରାଯାଇଥିବା ସମସ୍ତ ଛଅଟି କଟ୍ ପୂର୍ବରୁ କରାଯାଇଛି। ସେହି ସମୟରେ ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ମେନକା ଗୁରୁସ୍ୱାମୀ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ସ୍ଥଗିତାଦେଶ ଦାବି କରି ଏକ ଆବେଦନ ଦାଖଲ କରିଥିଲେ ଯେ ଚଳଚ୍ଚିତ୍ରଟି ଅଭିଯୁକ୍ତଙ୍କ ପ୍ରତିଷ୍ଠାକୁ ଗମ୍ଭୀର କ୍ଷତି ପହଞ୍ଚାଇପାରେ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି ଅଭିଯୁକ୍ତମାନେ ଫିଲ୍ମ ଯୋଗୁଁ କୌଣସି କ୍ଷତି ସହନ୍ତି। ତେବେ ତାହା କ୍ଷତିପୂରଣ ପାଇପାରିବେ ନାହିଁ, ଯେତେବେଳେ ପ୍ରଯୋଜକମାନଙ୍କୁ ଆର୍ଥିକ କ୍ଷତିପୂରଣ ଦିଆଯାଇପାରିବ।
ଫିଲ୍ମଟି ପୂର୍ବରୁ ସିବିଏଫ୍ସି ଠାରୁ ଏକ ପ୍ରମାଣପତ୍ର ପାଇସାରିଛି ଯେଉଁଥିରେ ୫୫ଟି କଟ୍ ସୁପାରିସ କରାଯାଇଥିଲା। ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟର ଆଜିର ଶୁଣାଣି ଉପରେ ରହିଛି, ଯାହା ନିଷ୍ପତ୍ତି ନେବ ଯେ ଉଦୟପୁର ଫାଇଲ୍ସ ରିଲିଜ୍ ହେବ କି ବ୍ୟାନ୍ ଜାରି ରହିବ।
ଅଧିକ ପଢ଼ନ୍ତୁ: ଗାଜାରେ ୨୪ ଘଣ୍ଟା ମଧ୍ୟରେ ୧୫ ଜଣଙ୍କ ମୃତ୍ୟୁ