ନୂଆଦିଲ୍ଲୀ: ରୁଷରେ ବିମାନ ଦୁର୍ଘଟଣାର ଆଶଙ୍କା ସତ୍ୟ ସାବ୍ୟସ୍ତ ହୋଇଛି । ଆଜି ସକାଳେ ୪୯ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ବିମାନ ଅଚାନକ ରାଡାରରୁ ଗାଏବ ହୋଇ ଯାଇଥିଲା । ତେବେଠୁ ବିମାନ ଦୁର୍ଘଟଣାର ଆଶଙ୍କା କରାଯାଉଥଲା ଏବଂ ବିମାନର ଭଗ୍ନାବଶେଷ ମିଳିଛି । ଆଉ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ତଦନ୍ତାକରୀ ଟିମର କହିବା କଥା ଦୁର୍ଘଟଣାରେ ବୋଧହୁଏ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏ ପର୍ଯ୍ୟନ୍ତ କେହି ଜୀବିତ ଥିବାର ଖବର ନାହିଁ । ଏହି ବିମାନ ରୁଷର ସୁଦୂର ଅଞ୍ଚଳ ଅମୁର ଯାଉଥିଲା, ଯାହା ଚୀନ ନିକଟରେ ଅବସ୍ଥିତ । ବିମାନଟି ଗନ୍ତବ୍ୟସ୍ଥଳରେ ପହଞ୍ଚିବାର କିଛି କିଲୋମିଟର ଦୂରରୁ ଏୟାର ଟ୍ରାଫିକ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।
ଋୁଷର ସୁଦୂର ପୂର୍ବରେ ୪୯ ଜଣ ଯାତ୍ରୀଙ୍କୁ ଧରି ଯାଉଥିବା ବିମାନର ଭଗ୍ନାବଶେଷ ମିଳିଛି । ସ୍ଥାନୀୟ ଏମରଜେନ୍ସି ିମ୍ ଗୁରୁବାର ଏହାର ସୂଚନା ଦେଇଛନ୍ତି । ରୁଷର ଜରୁରୀକାଳୀନ ମନ୍ତ୍ରଣାଳୟ ଜଣାଇଛନ୍ତି ଯେ, ବିମାନର ଭଗ୍ନାବଶେଷ ଜଳିଥିବା ଅବସ୍ଥାରେ ମିଳିଛି । ଏହା ବାଦ୍ ମନ୍ତ୍ରଣାଳୟ ପକ୍ଷରୁ ଆଉ କୌଣସି ସୂଚନା ଦିଆଯାଇ ନାହିଁ । କୁହାଯାଉଛି ଏଏନ-୨୪ ଯାତ୍ରୀବାହୀ ଏହି ବିମାନରେ ୫ ଶିଶୁ ସମେତ ୪୩ ଯାତ୍ରୀ ଓ ଚାଳକ ଦଳର ୬ ସଦସ୍ୟ ଥିଲେ ।
ଇିମାନଟି ରୁଷ-ଚୀନ ସୀମାରେ ସ୍ଥିତ ବ୍ଲାଗୋଭେଶଞ୍ଚେସ୍କ ସହରରୁ ଟିଣ୍ଡା ସହର ଅଭିମୁଖେ ଯାତ୍ରା କରୁଥିଲା । ସାଇବେରିଆର ଅଙ୍ଗାରା ଏୟାରଲାଇନ୍ସ ଦ୍ୱାରା ସଞ୍ଚାଳିତ ଏହି ବିମାନ ଟିଣ୍ଡା ବିମାନ ବନ୍ଦରରୁ ଅନେକ କିଲୋମିଟର ଦୂରରୁ ରାଡାରରୁ ଗାଏବ ହୋଇ ଯାଇଥିଲା । ଏହିପରି ଗତ କିିଛି ସପ୍ତାହରେ ପୁଣି ଥରେ ବିମାନ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଉଲ୍ଲେଖନୀୟ ଗତ ମାସରେ ଅହମ୍ମଦାବଦ ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିଲେ ।