ନୂଆଦିଲ୍ଲୀ: ନାଇଜେରିଆର ଉତ୍ତର-ପୂର୍ବ ଅଞ୍ଚଳରେ ସେନା ଉପରେ ଆତ୍ମଘାତୀ ଆକ୍ରମଣ। ଏକ ଜିହାଦୀ ଆତ୍ମଘାତୀ ଆକ୍ରମଣରେ ଅତି କମରେ ୨୭ ଜ ଣ ନେଇଜିଆ ସୈନିକଙ୍କ ମୃତ୍ୟୁ ଘଟିଛି। ସମାଚାର ଏଜେନ୍ସି ଏଏଫପି ଅନୁଯାୟୀ, ସୈନିକ ବର୍ଣ୍ଣୋ ଓ ୟୋବୋ ରାଜ୍ୟ ମଧ୍ୟରେ ସ୍ଥିତ ଏକ ସ୍ଥାନରେ ଆଇଏସଆଇଏସ ସହ ଜଡ଼ିତ ଆତଙ୍କବାଦୀଙ୍କ ଠିକଣା ଉପରେ ଆକ୍ରମଣ କରିଥିଲେ।
ତେବେ ଆଇଏସଆଇଏସ୍ ଜିହାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୨୭ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏତିରେ କମାଣ୍ଡର ସାମିଲ ଥିବା ଜଣେ ସୈନ୍ୟ ଅଧିକାରୀ କହିଛନ୍ତି। ଆକ୍ରମଣରେ ଅନେକ ସୈନିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି, ଆକ୍ରମଣ ସମୟରେ ଅନ୍ଧାର ଥିଲା ଏବଂ ସୈନିକଙ୍କୁ ସ୍ପଷ୍ଟ ଭାବେ କିଛି ଦେଖା ଯାଉ ନ ଥିଲା। ଏହି ସମୟରେ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ। ଆକ୍ରମଣରେ ମୃତକ ସୈନିକଙ୍କ ସଂଖ୍ୟା ବଢିପାରେ କାରଣ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଆତ୍ମଘାତୀ ଆକ୍ରମଣକାରୀ ନିଜର ବିସ୍ଫୋରକଭରା ବାହାନକୁ ଘଞ୍ଚ ବୁଦା ମୁଳେ ଲୁଚାଇ ସୈନିକଙ୍କ ଗାଡ଼ି ସହ ଧକ୍କା କରାଇଥିଲା। ଏହି ସମୟରେ ସେନା ଗାଡ଼ି ଇସଲାମିକ ଷ୍ଟେଟ୍ ଓ୍ଵେଷ୍ଟ ଆଫ୍ରିକା ପ୍ରାନ୍ତ ବିରୋଧରେ ଅଭିଯାନ ଚଳାଇଥିଲେ। ଏହି ଆକ୍ରମଣ ତିମ୍ବକଟୁ ତ୍ରିକୋଣୀୟ ଇଲାକାରେ ହୋଇଛି, ଯାହା ପୂର୍ବେ ବୋକୋ ହାରାମ କବଜାରେ ରହିଥିଲା।