ରୋମ: ଦକ୍ଷିଣ ଇଟାଲୀର ଉପକୂଳବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ସକାଳେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା। ବର୍ତ୍ତମାନ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ପ୍ରାୟ ୨୫୩ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା।
ଭୂମିକମ୍ପ କ’ଣ?
ଭୂମିକମ୍ପ ଏକ ପ୍ରକୃତିକ ବିପର୍ଯ୍ୟୟ। ପୃଥିବୀ ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ ସୃଷ୍ଟି ହୋଇଥାଏ। ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ। ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରଷ୍ପର ସହ ଘସି ହୋଇ ସାମାନ୍ୟ ଧକ୍କା ହୋଇଥାନ୍ତି। ସେଗୁଡ଼ିକ ପରସ୍ପରକୁ ଠେଲୁଥାଆନ୍ତି। ବେଳେ ବେଳେ ଚାପ ଅତ୍ୟାଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂମିକମ୍ପ ହୁଏ। ଏହି ସମୟରେ ମଧ୍ୟ ଶିଳା ସ୍ତର ଘୁଞ୍ଚୁଥାଏ। ଆଉଥରେ ଯେତେବେଳେ ଦୁଇ ସ୍ତର ଲାଖିଯାଆନ୍ତି ସେତେବେଳେ ଏହା ବନ୍ଦ ହୁଏ।
ଭୂମିକମ୍ପକୁ ସିସ୍ମୋମିଟର ଦ୍ୱାରା ମପାଯାଇଥାଏ। ମୋମେଣ୍ଟ ମ୍ୟାଗ୍ନିଚ୍ୟୁଡ୍ ଅତି ସାଧାରଣ ସ୍କେଲ୍ ଯେଉଁଥିରେ ଭୂମିକମ୍ପ ରିକ୍ଟର ସ୍କେଲରେ ୫ରୁ ଅଧିକ ହେଲେ ସାରା ପୃଥିବୀକୁ ରିପୋର୍ଟ କରାଯାଏ। ମାନକ ୫ରୁ କମ୍ ଥିଲେ ସ୍ଥାନୀୟ ସ୍କେଲ୍ରେ ମପାଯାଏ ଯାହାକୁ ରିଟର ମ୍ୟାଗ୍ନିଚ୍ୟୁଡ୍ ସ୍କେଲ କୁହାଯାଏ। ରିକ୍ଟର ସ୍କେଲ ୩ରୁ କମ୍ ଥିଲେ ପ୍ରାୟ କମ୍ପନ ଜଣାଯାଏ ନାହିଁ। ରିକ୍ଟର ସ୍କେଲ ୭ରୁ ଅଧିକ ହେଲେ ପ୍ରଳୟଙ୍କରୀ ଅବସ୍ଥା ସୃଷ୍ଟି ହୋଇ ସାଙ୍ଘାତିକ ବିନାଶ ହୁଏ।
ଅଧିକ ପଢ଼ନ୍ତୁ: ଆମେରିକା ସହ ଆଲୋଚନା ବନ୍ଦ କଲା ଇରାନ