ଶୁକ୍ରବାର ନ୍ୟୁୟର୍କ ସହରରେ ପ୍ରବଳ ବର୍ଷା ହେତୁ ସାରା ସହରରେ ବନ୍ୟା ପରିସ୍ଥିତି ଉପୁଜିଛି । ରାସ୍ତାରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି । ପରିସ୍ଥିତି ଏତେ ଭୟାନକ ଯେ, ଯାନବାହନ ଚଳାଚଳରେ ବାଧା ଉପୁଜିବା ସହିତ ଜନଜୀବନ ହନ୍ତସନ୍ତ ହେଉଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟୁୟର୍କ ସହରରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି ।
ସୂଚନା ଅନୁସାରେ, ନ୍ୟୁୟର୍କରେ ପ୍ରାୟ ୧୮ ନିୟୁତ ଲୋକ ବାସ କରନ୍ତି । ସାରା ନ୍ୟୁୟର୍କ ସହରରେ ସତର୍କ ସୂଚନା ଜାରି କରାଯାଇଛି । ବିନା କୌଣସି କାରଣରୁ ଘରୁ ବାହାରିବା ପାଇଁ ମନା କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସାରା ସହରର ରାସ୍ତାଘାଟ ଜଳମଗ୍ନ ହୋଇଥିବାରୁ ରେଳ ଚଳାଚଳ ସହିତ ବିମାନ ଚଳାଚଳକୁ ମଧ୍ୟ ବାତିଲ କରାଯାଇଛି । ହଠାତ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସହରରେ ବାସ କରୁଥିବା ଲୋକମାନଙ୍କର ବଞ୍ଚିବା କଷ୍ଟକର ହୋଇପଡୁଛି । ପ୍ରବଳ ବର୍ଷାର ପରିମାଣ ଏମିତି ହୋଇପାରେ ତାହା ନ୍ୟୁୟର୍କ ସହରର ଦୃଶ୍ୟକୁ ଦେଖିଲେ ଜଣାପଡୁଛି ।
ଆଗକୁ ପଢ଼ନ୍ତୁ : ଖେଳଣା ଭାବି ରକେଟ୍ ସେଲ୍ରେ ଖେଳୁଥିବାବେଳେ ବିସ୍ଫୋରଣରେ ୫ ପିଲାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ